ଏହି ନେତାଙ୍କୁ ରାଜ୍ୟ ସଭା ପଠାଇବ କଂଗ୍ରେସ! ଦ୍ୱନ୍ଦ୍ୱରେ ପଡ଼ିଲେ ବିଜେଡି-ଭାଜପା

ଭୁବନେଶ୍ୱର,୨୩।୧: ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ଭକ୍ତ କହିଛନ୍ତି, ହାର୍‌ ଜିତ୍‌କୁ ଭୟ ନାହିଁ, ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବୁ। ଆବଶ୍ୟକ ସଂଖ୍ୟା ନ ଥିବା ସତ୍ତ୍ବେ ୩/୪ ଜଣଙ୍କ ନାଁ ସ୍ଥିର ହୋଇଛି। ଏନେଇ ଦଳ ହାଇକମାଣ୍ଡଙ୍କ ସହ ଆଲୋଚନା କରିବ। ଦଳ ଭିତରୁ କିମ୍ବା ବାହାରୁ ବି କାହାକୁ ଜଣଙ୍କୁ ପ୍ରାର୍ଥୀ କରାଯାଇପାରେ।

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଦେଶର ୧୦ ରାଜ୍ୟରେ ଖାଲି ହେବାକୁ ଥିବା ୩୭ ରାଜ୍ୟ ସଭା ଆସନ ପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ବିତ କରାଯାଇଛି।

ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନ ଚିଠି ଲେଖିଛନ୍ତି । ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ । ମହାରାଷ୍ଟ୍ରର ୭, ତାମିଲନାଡୁ ଓ ବିହାରର ୬, ପଶ୍ଚିମବଙ୍ଗର ୫ଟି ଆସନ ଖାଲି ହେବ -ଆସାମର ୩, ତେଲଙ୍ଗାନା, ଛତିଶଗଡ଼ ଓ ହରିୟାଣାର ୨ଟି ଆସନ ଖାଲି ହେବ । ଯଦି ଓଡ଼ିଶା କଥା ଦେଖିବା ତାହେଲେ ଓଡ଼ିଶାର ୪ଟି ଓ ହିମାଚଳ ପ୍ରଦେଶର ଗୋଟିଏ ଆସନ ଖାଲି ହେବାର ଅଛି । ଆସନ୍ତା ଏପ୍ରିଲ ୨ ତାରିଖରେ ସରୁଛି ଓଡ଼ିଶାର ୪ ସାଂସଦଙ୍କ କାର୍ଯ୍ୟକାଳ । ମୁନ୍ନା ଖାଁ, ନିରଞ୍ଜନ ବିଶି, ମମତା ମହନ୍ତ ଓ ସୁଜିତ୍‌ କୁମାରଙ୍କ କାର୍ଯ୍ୟକାଳ ସରିବ ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡିକିରୁ ନେଇଗଲେ ୬୦ ଗ୍ରାମ ସୁନା, ୧ ଲକ୍ଷ ୪୪ ହଜାର ଟଙ୍କା

ବାଲୁଗାଁ: ଖୋର୍ଦ୍ଧା ଜିଲା ବାଲୁଗାଁ ଇଞ୍ଜନପୁର ଛକରେ ଗୁରୁବାର ଏକ ବଡ଼ ଧରଣର ଳୁଟ ହୋଇଛି। ୩ଜଣ ଦୁବୃର୍ତ୍ତ ଜଣେ ସ୍କୁଟି ଚାଳକଙ୍କୁ ଅଟକାଇ ସ୍କୁଟି ଡିକିରେ…

ସି-ସୋର ଚିଟ୍‌ଫଣ୍ଡ କେଳେଙ୍କାରୀ ମାମଲା: ପୂର୍ବତନ ଏମ୍‌ପିଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

କଟକ,୧୨ା୩(ପ୍ରଭୁକଲ୍ୟାଣ ମହାପାତ୍ର): ବହୁଚର୍ଚ୍ଚିତ ସି-ସୋର୍‌ ଚିଟ୍‌ଫଣ୍ଡ୍‌ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ବାଲେଶ୍ୱରର ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନାଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି। ତାଙ୍କୁ ପୂର୍ବରୁ ମିଳିଥିବା…

‘ମୁଖ୍ୟମନ୍ତ୍ରୀ ମୋ ପାଇଁ କୃଷ୍ଣ’, ନୀତୀଶ କୁମାରଙ୍କ ନାମ ନେବାରୁ କାହିଁକି କାନ୍ଦି ଉଠିଲେ ମହିଳା ମନ୍ତ୍ରୀ, ଜାଣନ୍ତୁ ଏହା ପଛର କାରଣ

ପାଟନା,୧୨।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କ ନିଷ୍ପତ୍ତି ଦଳୀୟ କର୍ମୀ ଏବଂ ନେତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।…

ସରକାର ମୋ କଥା ଶୁଣିବା ଉଚିତ୍…ପ୍ରଧାନମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୨।୩: ଗୁରୁବାର ଦିନ ଲୋକସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ଗ୍ୟାସ ସିଲିଣ୍ଡରକୁ ନେଇ ପ୍ରତିବାଦ କରିଥିଲେ। ମୁଲତବୀ ପରେ, ବିରୋଧୀ ଏମପିମାନେ ସଂସଦ ପରିସରରେ ସ୍ଲୋଗାନ…

ବିନା ଲାଇସେନ୍ସ, କାଗଜପତ୍ରରେ ଗଡୁଛି ଟ୍ରାକ୍ଟର, ଗୋଟିଏ ରେଜିଷ୍ଟ୍ରେଶନ ନମ୍ବରରେ ଏକାଧିକ ଗାଡ଼ି

ଧର୍ମଶାଳା,୧୨ା୩(ଶିବ ପ୍ରସାଦ ମହାନ୍ତି): ପରିବହନ ବିଭାଗ ପକ୍ଷରୁ ନିୟମ ଅନେକ ରହିଥିଲେ ସୁଦ୍ଧା ତାହା ଟ୍ରାକ୍ଟରଗୁଡ଼ିକ ପାଇଁ ସଠିକ୍‌ ଭାବରେ ପାଳନ କରାଯାଉନାହିଁ। ଯାଜପୁର ଜିଲା ଧର୍ମଶାଳା…

ପୁଣି ବୁଲଡୋଜର ମାଡ଼: ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ନିଶା ଆଡ୍ଡାସ୍ଥଳୀ

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବଢି ଚାଲିଥିବା ନିଶା କାରବାର ପୋଲିସର ନିଦ ହଜାଇ ଦେଇଛି। ପୋଲିସ ଥରକୁ ଥର ଚଢାଉ କରୁଛି । କଫ ସିରପ,…

IAS ସ୍ତରରେ ଅଦଳବଦଳ, ୫ IASଙ୍କୁ….

ଭୁବନେଶ୍ବର,୧୨।୩: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ୨୦୨୨ କ୍ୟାଡରର ୫ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ବରିଷ୍ଠ ପ୍ରଶାସକ ମନୀଷ…

୬ ମାସ ପ୍ରେମ ୬୦ ବର୍ଷ ପରି… ମୋନାଲିସାଙ୍କୁ ବିବାହ ପରେ ମୁହଁ ଖୋଲିଲେ ଫରମାନ

ମହାକୁମ୍ଭ ମେଳା ୨୦୨୫ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୋନାଲିସା ଏବେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ପ୍ରେମିକ ଫରମାନ ଖାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri