Categories: ଜାତୀୟ

ରାଜସ୍ଥାନରେ ପୁଣି କ୍ଷମତାକୁ ଫେରିବ କଂଗ୍ରେସ: ଅଶୋକ ଗେହଲୋଟ…

ଜୟପୁର,୧୦।୬ : ରାଜସ୍ଥାନରେ କଂଗ୍ରେସର ଘର କଳି ପଦାରେ ପଡ଼ିଛି। କିନ୍ତୁ ଏସବୁ ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ପୁଣି ଥରେ ଭାାଜପାକୁ କଡ଼ା ସମାଲୋଚନା କରିଛନ୍ତି। ଗେହଲୋଟ କହିଛନ୍ତି ନିର୍ବାଚନକୁ ଭାଜପା ସାମ୍ପ୍ରଦାୟିକ ରଙ୍ଗ ଦେଇଥାଏ, କିନ୍ତୁ ଏଥର ତାହା କାମ କରିବ ନାହିଁ। ସେ ଦାବି କରିଛନ୍ତି କର୍ନାଟକରେ ଭାଜପାର ରଣନୀତି ବିଫଳ ହୋଇଛି। କଂଗ୍ରେସ ସେଠାରେ ଦୃଢ଼ତାର ସହ ଜିତିଛି। ସେହିଭଳି ରାଜସ୍ଥାନରେ ମଧ୍ୟ ଭାଜପା ମଧ୍ୟ କେବେ ସଫଳ ହେବ ନାହିଁ।  ରାଜସ୍ଥାନରେ କେବଳ କଂଗ୍ରେସ ଜିତିବ।

ଗେହଲୋଟ ଏକ ସାକ୍ଷାତକାରରେ କହିଛନ୍ତି ସାମ୍ପ୍ରଦାୟିକ ସମ୍ବେଦନଶୀଳ ବିବୃତ୍ତି ବ୍ୟବହାର କରି ଭାଜପା ଜିତିବାକୁ ଚେଷ୍ଟା କରୁଛି। ଯଦ କୌଣସି ଦଳ ଧର୍ମ ବିଷୟରେ କଥାବାର୍ତ୍ତା ଜାରି ରଖନ୍ତି, ତେବେ ଲୋକମାନେ ସେଥିପ୍ରତି ଆକର୍ଷିତ ହେବେ, କିନ୍ତୁ ଏହା କରିବା ଠିକ ନୁହେଁ ବୋଲି ସେ କହିଛନ୍ତି। ତାଙ୍କ ଦଳର କଂଗ୍ରେସ ଶାସନ ଭିତ୍ତିଭୂମି ତାଙ୍କୁ ରାଜ୍ୟରେ ଭାଜପାର ଆକ୍ରମଣାତ୍ମକ ଅଭିଯାନକୁ ପ୍ରତିହତ କରିବାରେ ସାହାଯ୍ୟ କରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ ଅବା ଅମିତ ଶାହା, ସେମାନେ ସଭିଏଁ ଧର୍ମ ନାମରେ ସ୍ଲୋଗାନ ଦିଅନ୍ତି। ସେମାନଙ୍କ ମଧ୍ୟରୁ କାହାର ରଶନୀତି ରାଜସ୍ଥାନ ନିର୍ବାଚନରେ କାମ କରିବେ ନାହିଁ। ଯେତେବେଳେ ସେମାନେ କର୍ନାଟକରେ ବଜରଙ୍ଗବାଲୀଙ୍କର ସ୍ଲୋଗାନ ଦେଇଥିଲେ, ସେତେବେଳେ ତାହା କାମ କଲା ନାହିଁ। ଏହା ଭାଜପାର ବଡ଼ ଭୁଲ ଥିଲା । ଗେହଲୋଟ କହିଛନ୍ତି ମୁଁ ନିର୍ବାଚନ ଆୟୋଗଙ୍କ ଠାରେ ଦାବି କରିଛି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଚାରରୁ ନିବୃତ୍ତ କରାଯାଉ। ଏହା ଏକ ପ୍ରକାର ଅପରାଧ। ଯେତେବେଳେ ତାଙ୍କୁ ପଚରାଗଲା ରାଜସ୍ଥାନରେ ମଧ୍ୟ ଏହା ଘଟିବ କି? ଗେହଲୋଟ କହିଛନ୍ତି ଏହା ତାଙ୍କ ସ୍ବଭାବ। ପିଏମ ମୋଦି କିଛି କରିପାରିବେ।

Share