ଦ୍ରୌପଦୀଙ୍କୁ ସମର୍ଥନ କରିବନି କଂଗ୍ରେସ: ନରସିଂହ

ଭୁବନେଶ୍ୱର,୨୩।୬(ବ୍ୟୁରୋ):ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବନି କଂଗ୍ରେସ। ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି, ‘ଦ୍ରୌପଦୀ ମୁର୍ମୁ ଜଣେ ଭଲ ମଣିଷ। ମୁଁ ତାଙ୍କୁ ବ୍ୟକ୍ତଗତ ଭାବେ ଜାଣେ, ଆମର ସମ୍ପର୍କ ମଧ୍ୟ ଭଲ। ହେଲେ ଭାଜପା ନୀତି ଆଦର୍ଶରେ ବିଶ୍ୱାସ କରୁଥିବାରୁ କଂଗ୍ରେସ ସମର୍ଥନ ଦେବନାହିଁ ବୋଲି ନରସିଂହ କହିଛନ୍ତି। ଏନ୍‌ଡିଏ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ବିରୋଧୀ ଦଳ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ କଂଗ୍ରେସ ମଧ୍ୟ ସାମିଲ ରହିଛି । ରାଜନୀତିରେ ଜଣଙ୍କୁ ଛିଡ଼ା କରାଇ ଆଉ ଜଣଙ୍କୁ ସମର୍ଥନ କରିବା ଯଥାର୍ଥତା ନୁହେଁ ବୋଲି କହିଛନ୍ତି ନରସିଂହ।