Categories: ଜାତୀୟ

ମୋ ବିରୋଧରେ ମାମଲା ରୁଜୁ କରିବ କଂଗ୍ରେସ: ମୋଦି

ନୂଆଦିଲ୍ଲୀ,୮।୧୧: ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିବା ଘୋଷଣାକୁ ନେଇ ବିତର୍କ ଜାରି ରହିଛି।
ମଧ୍ୟପ୍ରଦେଶର ଗୁନାରେ  ମୋଦି କହିଛନ୍ତି,  ୫ ବର୍ଷ ପାଇଁ ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବା ଘୋଷଣାକୁ ନେଇ କଂଗ୍ରେସ ଚିନ୍ତିତ ଅଛି। କଂଗ୍ରେସ ଏହାକୁ ନେଇ ନିର୍ବାଚନ ଆୟୋଗକୁ ଯିବ ବୋଲି କହିଛି। ମୋଦିଙ୍କ ବିରୋଧରେ ମାମଲା ଦାୟର କରିବ। ସେଠାରେ ସେମାନେ କହିବେ ମୋଦି ଏକ ବଡ ଅପରାଧ କରିଛନ୍ତି। କଂଗ୍ରେସର ଏହି କାର୍ଯ୍ୟକୁ ଆମେ ଭୟ କରିବା ଉଚିତ କି ନାହିଁ ମୋତେ କୁହନ୍ତୁ। ଯଦି କଂଗ୍ରେସ ଏହାକୁ ବନ୍ଦ କରିବାକୁ ଚାହୁଁଛି ତେବେ କୌଣସି କୋର୍ଟକୁ ଯାଆନ୍ତୁ। ମୁଁ ଜନସାଧାରଣଙ୍କ କୋର୍ଟରେ ଅଛି।
କଂଗ୍ରେସ ମୋଦିଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛି। କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି, ଆମେ ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗଙ୍କୁ କୌଣସି ଅଭିଯୋଗ ଦେଇନାହୁଁ।

 

Share