ବିଜେଡି, ଭାଜପା ବିରୋଧରେ ଏକାକୀ ଲଢ଼ିବ କଂଗ୍ରେସ: ଶରତ

ନୂଆପଡ଼ା,୩୦।୮(ମକାରୁ ବେମାଲ): ନୂଆପଡ଼ା ଜିଲା ପଟ୍ଟନାୟକ ଫାର୍ମ ହାଉସଠାରେ ଜିଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ଜିଲା କଂଗ୍ରେସ୍‌ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ବାଗତ କରାଯାଇଥିଲା। ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନୂଆପଡା ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତାମାନଙ୍କୁ ନେଇ ଆଲୋଚନା କରାଯାଇଥିଲା। ଆଗାମୀ ନିର୍ବାଚନରେ ବିଜେଡି ଓ ଭାଜପାର କଳାକାରନାମା ବିରୋଧରେ କଂଗ୍ରେସ ଏକ ହୋଇ ଲଢ଼ିବ, ଆଉ ନିଶ୍ଚିତ ବିଜୟ ଲାଭ କରିବ ବୋଲି ପିସିସି ସଭାପତି କହିଥିଲେ। ଓଡ଼ିଶା ସରକାରଙ୍କୁ ସମାଲୋଚନା କରି ଭାଜପା ବଳରେ ବିଜେଡି ବଳୀୟାନ, ଦୁଇ ଦଳ ଓଡ଼ିଶାକୁ ଗରିବ ରାଜ୍ୟରେ ପରିଗଣିତ କରିଦେଇଛନ୍ତି କହି ଉଭୟ ଦଳକୁ କଡା ସମାଲୋଚନା କରିଛନ୍ତି। ଆପଣମାନଙ୍କ ସହଯୋଗ ନେଇ ତୃଣମୂଳସ୍ଥରରୁ ସଙ୍ଗଠିତ ହୋଇ ଏ ଦୁର୍ନୀତି ଖୋର୍‌ ସରକାରଙ୍କୁ ବିଦା କରିବା ପାଇଁ ସମୟ ଆସିଛି ବୋଲି ଶରତ କହିଛନ୍ତି। ଏହି ସଭାରେ ଜିଲା ପ୍ରଭାରୀ ତଥା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ନୂଆପଡାବାସୀଙ୍କ ପାଇଁ ସାହାଯ୍ୟ ସହଯୋଗ ସଦାସର୍ବଦା କରି ଆସୁଛି ବୋଲି କହିଥିଲେ। ଖଡ଼ିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ସବୁବେଳେ ଯୁବ, ଛାତ୍ର, ସମାଜ ଓ ଲୋକଙ୍କ ହିତ କାର୍ଯ୍ୟ କରି ଆସୁଛି। ଜିଲାବାସୀଙ୍କ ପାଇଁ ସବୁବେଳେ ଦୁଆର ଖୋଲା ରହିଛି। ରାଜ୍ୟ ସାଧାରଣ ସମ୍ପାଦକ ଘାସିରାମ ମାଝି, ନୂଆପଡା କଂଗ୍ରେସ କମିଟି ସଭାପତି ସୁରେଶ କୁମାର ଆଜାଦ, ଜିଲା ପରିଷଦ ସଭ୍ୟ ଭାରତ ଲାଲ ରାଉତ, ନୂଆପଡା ବ୍ଲକ ସଭାପତି ଚୁନିଲାଲ ଶବର, ନୂଆପଡା ଏନ୍‌ଏସି ସଭାପତି କୁଲଦୀପ ସୂର୍କୋଆଜ, କୋମନା ବ୍ଲକ ସଭାପତି ପିଲେଶ୍‌ର ସାହୁ, ଜିଲା ସାଧାରଣ ସମ୍ପାଦକ ଅଭୟ ଶଙ୍କର ଜୋଷୀ, ସବୁ ନେତାଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ରାଜଧାନୀରେ ଚାଞ୍ଚଲ୍ୟ: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା

ଭୁବନେଶ୍ୱର,୧୫।୪: ଟ୍ୟୁଶନ ଯାଇ ନିଖୋଜ ହେଲେ ନାବାଳିକା। ଏଭଳି ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ। ନୟାପଲ୍ଲୀ ଥାନା ସାଲିଆସାହି ନାବାଳିକାଙ୍କ ପତ୍ତା ମିଳୁନି ।…

ମୋକିମଙ୍କ ନୂଆ ଦଳରେ ସୋଫିଆ? ରାଜ୍ୟ ରାଜନୀତିରେ ଚହଳ

ଭୁବନେଶ୍ୱର,୧୫।୪: ନୂଆ ଆଞ୍ଚଳିକ ଦଳ ଲୋକାର୍ପଣ କଲେ ମହମ୍ମଦ ମୋକିମ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ଲୋକାର୍ପଣ ହେଲା ନୂଆଦଳ। ମୋକିମଙ୍କ ନୂଆ ଦଳ…

ସମ୍ବଲପୁରରେ ବଡ଼ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ : ଉଦ୍‌ଘାଟିତ ହେଲା ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ

ସମ୍ବଲପୁର,୧୫।୪(ପ୍ରମୋଦ ବହିଦାର): ସମ୍ବଲପୁରର ଐତିହାସିକ ଗୌରବକୁ ନୂଆ ପରିଚୟ ଦେବା ପାଇଁ ବୁଧବାର ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ…

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

ଗଜପତି ପାଇଁ ଗୌରବ ଆଣିଲେ ଯାଜ୍ଞସେନୀ: ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମୁଖ୍ୟମନ୍ତ୍ରୀଙ୍କଠୁ ପାଇଲେ ପୁରସ୍କାର

ମୋହନା,୧୫।୪( ମନ୍ମଥ ମିଶ୍ର ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri