ପଦ୍ମପୁରରେ କଂଗ୍ରେସ ଭଲ କରିବ, ଦଳୀୟ ଭୋଟ୍‌ ରହିଛି: ସୁର ରାଉତରାୟ

ଭୁବନେଶ୍ୱର,୮।୧୧(ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ପଦ୍ମପୁର ଉପ-ନିର୍ବାଚନକୁ ନେଇ ମଙ୍ଗଳବାର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ପଦ୍ମପୁରରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ। ସେଠାରେ କଂଗ୍ରେସର ଦଳୀୟ ଭୋଟ ରହିଛି। ଧାମନଗର ଅପେକ୍ଷା ପଦ୍ମପୁରରେ ଦଳ ପ୍ରଚାର ଉପରେ ଅଧିକା ଗୁରୁତ୍ୱ ଦେବ । କଂଗ୍ରେସ ସବୁ ନେତାଙ୍କୁ ଏଥର ସାମିଲ କରୁଛି। ସେଠାରେ ଯିଏ କଂଗ୍ରେସ ପାଇଁ କାମ କରୁଛନ୍ତି । ତାଙ୍କୁ ହିଁ ଟିକେଟ ଦିଆଯିବ । ତେବେ ପ୍ରିୟରଞ୍ଜନ ସାହୁଙ୍କୁ ଟିକେଟ ଦେବା ନେଇ ପ୍ରାୟ ଫାଇନାଲ ଅଛି। ସେ କର୍ମୀଙ୍କ ସହ ଅଛନ୍ତି କର୍ମୀ ସହ କାମ କରୁଛନ୍ତି । ତେଣୁ କଂଗ୍ରେସ ଭଲ କରିବ ବିଶ୍ୱାସ ରହିଛି ବୋଲି ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି । ଅନ୍ୟପକ୍ଷେ ବିଜେଡି ଓ ଭାଜପା ମଧ୍ୟ ପଦ୍ମପୁର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।