Posted inଜାତୀୟ

ଦେଶବ୍ୟାପୀ ଆନ୍ଦୋଳନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୫ା୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇବାର ଦିନକ ପରେ ଶୁକ୍ରବାର ଲୋକ ସଭା ସେକ୍ରେଟାରିଏଟ୍‌ ତାଙ୍କ ସଦସ୍ୟ ପଦ ରଦ୍ଦ କରିଛି। ଏହି ଦଣ୍ଡାଦେଶ ଉପରେ ଏକ ଉଚ୍ଚତର ଅଦାଲତ ସ୍ଥଗିତାଦେଶ ଜାରି ନ କଲେ ରାହୁଲ ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ଲୋକ ସଭା କିମ୍ବା ବିଧାନସଭା ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ଏହାକୁ ‘ଗଣତନ୍ତ୍ରର କଣ୍ଠରୋଧ’ ଆଖ୍ୟା ଦେଇ ଦେଶବ୍ୟାପୀ ଜନଆନ୍ଦୋଳନ କରିବାକୁ ଅଣ୍ଟା ଭିଡ଼ିଛି। ମୋଦି ସରକାରଙ୍କୁ ଘେରିବା ପାଇଁ ସୋମବାର ଆରମ୍ଭ ହେବାକୁ ଥିବା ଏହି ଆନ୍ଦୋଳନରେ ବିଭିନ୍ନ ରାଜ୍ୟର ଦଳୀୟ ସଙ୍ଗଠନଗୁଡ଼ିକ ସାମିଲ ହେବେ ବୋଲି ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ ସୂଚନା ଦେଇଛନ୍ତି।

ଲୋକ ପ୍ରତିନିଧି ଆଇନ ଧାରା ୮ର ଅବତାରଣା କରି ଜଣେ ବିଶେଷଜ୍ଞ କହିଛନ୍ତି, ରାହୁଲଙ୍କ ଅଯୋଗ୍ୟତା ୮ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। କୋର୍ଟ ୨ ବର୍ଷ ଜେଲ ଦଣ୍ଡ ଦେଇଥିବାବେଳେ ଏହି ଅବଧି ଶେଷ ହେବା ପରେ ୬ ବର୍ଷ ପର୍ଯ୍ୟନ୍ତ ଏହା ଲାଗୁ ହେବ। ୨ କିମ୍ବା ତଦୂର୍ଦ୍ଧ୍ୱ ବର୍ଷ ଜେଲ ଦଣ୍ଡାଦେଶ ହେଲେ ସଦସ୍ୟତା ରଦ୍ଦ କରାଯିବା ନେଇ ଉକ୍ତ ଆଇନରେ ବ୍ୟବସ୍ଥା ରହିଛି। ଏକ ଉଚ୍ଚ ଅଦାଲତ ତାଙ୍କ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି ନ କରିବା ପର୍ଯ୍ୟନ୍ତ ରାହୁଲ ପାର୍ଲାମେଣ୍ଟକୁ ଯାଇପାରିବେ ନାହିଁ ବୋଲି ନିର୍ବାଚନ କମିଶନ ଅଫିସ୍‌ର ଜଣେ ପୂର୍ବତନ ଅଧିକାରୀ କହିଛନ୍ତି। କେବଳ ଏତିକି ନୁହେଁ, ନିର୍ବାଚନ କମିଶନ କେରଳର ଓ୍ବାୟନାଡ୍‌ ଲୋକ ସଭା ଆସନରେ ସାନି ନିର୍ବାଚନ କରାଇପାରିବେ। ଏହି ଆସନର ଅବଧି ଆସନ୍ତା ବର୍ଷ ଜୁନ୍‌ରେ ଶେଷ ହେବ। ଗୃହର ଅବଶିଷ୍ଟ ଅବଧି ବର୍ଷେରୁ କମ୍‌ ସମୟ ଥିଲେ ନିର୍ବାଚନ କରାଯାଇପାରିବ ନାହିଁ। ନିଜ ନାମ ଗୋପନ ସର୍ତ୍ତରେ ବିଶେଷଜ୍ଞ ଜଣକ ଆହୁରି କହିଛନ୍ତି, ରାହୁଲଙ୍କୁ ଅପିଲ ପାଇଁ କୋର୍ଟ ଦେଇଥିବା ଗ୍ରେସ୍‌ ପିରିୟଡ୍‌ (କୋହଳ ଅବଧି) ଶେଷ ହେବା ଯାଏ ୩୦ ଦିନ ନିର୍ବାଚନ କମିଶନ ଅପେକ୍ଷା କରିପାରନ୍ତି।

ମାସକ ମଧ୍ୟରେ ସରକାରୀ ବଙ୍ଗଳା ଛାଡ଼ିବେ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାର୍ଲାମେଣ୍ଟ ସଦସ୍ୟତା ହରାଇବା ପରେ ଏବେ ଲୁଟିଏନ୍ସ ଦିଲ୍ଲୀରେ ଥିବା ନିଜ ସରକାରୀ ବାସଭବନକୁ ୩୦ ଦିନ ମଧ୍ୟରେ ଖାଲି କରିବେ। ରାହୁଲ ୨୦୧୪ ନିର୍ବାଚନରେ ଅମେଠି ଆସନରୁ ବିଜୟୀ ହେବା ପରଠାରୁ ୧୨ ତୁଗ୍‌ଲକ୍‌ ଲେନ୍‌ରେ ଅବସ୍ଥିତ ଏହି ବଙ୍ଗଳାରେ ରହିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri