Categories: ଜାତୀୟ

ମୋଦିଙ୍କୁ ହତ୍ୟା କରିବାକୁ ଚାହୁଁଛି କଂଗ୍ରେସ: କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୪।୩: ଭାଜପା ଏମ୍‌ପି ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କଂଗ୍ରେସ ଉପରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଚାହୁଁଛି। ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିକୁ ଦର୍ଶାଇ ଗିରିରାଜ କହିଛନ୍ତି, କଂଗ୍ରେସ ନିକଟରେ କୌଣସି ପ୍ରସଙ୍ଗ ନାହିଁ। ଆଦାନୀ ତ କେବଳ ବାହାନା, ଅସଲ କଥା ହେଉଛି ମୋଦିଙ୍କୁ ଗାଳି ଦେବା। କିଛି ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ। ମଙ୍ଗଳବାର ବଜେଟ ଅଧିବେଶନର ଦ୍ୱିତୀୟ ଦିନ ରହିଥିବା ବେଳେ ଗିରିରାଜ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ୧୦ ବର୍ଷ ମଧ୍ୟରେ କଂଗ୍ରେସ ସରକାର ବିବାଦରେ ଘେରି ରହିଥିବା ବେଳେ ଏହି ସମୟରେ ମୋଦି ସରକାର ଆଶା ଦ୍ୱାରା ଘେରି ରହିଛନ୍ତି। ବର୍ତ୍ତମାନ କଂଗ୍ରେସ କହୁଛି ମୋଦି ଧ୍ୱଂସ ହେଲେ ସରକାର ମଧ୍ୟ ଶେଷ ହୋଇଯିବ।

Share