Posted inଜାତୀୟ

ତେଲଙ୍ଗାନାରେ କଂଗ୍ରେସର ବିଜୟର ଶ୍ରେୟ ରେଭନ୍ତ ରେଡ୍ଡୀ, ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ…

ହାଇଦ୍ରାବାଦ,୩।୧୨ : ତେଲଙ୍ଗାନାରେ ବିଧାନସଭା ନିର୍ବାଚନର ଧାରାରୁ ରାଜ୍ୟରେ କଂଗ୍ରେସ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ରାଜ୍ୟ ଗଠନ ପରେ ଏହା ପ୍ରଥମ ଥର ହେବାକୁ ଯାଉଛି ଭାରତ ରାଷ୍ଟ୍ର ସମିତି (ବିଆରଏସ )(ପୂର୍ବରୁ ତେଲେଙ୍ଗାନା ରାଷ୍ଟ୍ର ସମିତି-ଟିଆରଏସ) ବ୍ୟତୀତ ଅନ୍ୟ ଏକ ଦଳ ଏଠାରେ ସରକାର ଗଠନ କରିବେ। ରାଜ୍ୟରେ କଂଗ୍ରେସର ବିଜୟ ଶ୍ରେୟ ରେଭନ୍ତ ରେଡ୍ଡୀ ବୋଲି ଚର୍ଚ୍ଚା ହେଉଛି। ୮ ନଭେମ୍ବର ୧୯୬୯ ରେ ଅବିଭକ୍ତ ଆନ୍ଧ୍ରପ୍ରଦେଶର ମହାବୁବନଗର ଜିଲାରେ ଜନ୍ମଗ୍ରହଣ କରିଥିବା ଅନୁମୁଲା ରେଭନ୍ତ ରେଡ୍ଡୀ ଛାତ୍ର ନେତା ଭାବରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଅନୁମୁଲା ହାଇଦ୍ରାବାଦର ଓସମାନିଆ ବିଶ୍ୱବିଦ୍ୟାଳୟ ସହ ଜଡିତ ଏଭି କଲେଜରୁ ସ୍ନାତକ (ବିଏ) ଅଧ୍ୟୟନ କରୁଥିବାବେଳେ ଅଖିଳ ଭାରତ ବିଦ୍ୟା ପରିଷଦ (ଏବିଭିପି) ସହିତ ଜଡିତ ହୋଇଥିଲେ।

ଛାତ୍ର ଜୀବନ ପରେ ସେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ରେ ଯୋଗ ଦେଇଥିଲେ ଏବଂ ୨୦୦୯ ରେ ଆନ୍ଧ୍ରପ୍ରଦେଶର କୋଡାଙ୍ଗାଲ ଅଞ୍ଚଳରୁ ନିର୍ବାଚନରେ ବିଜୟୀ ହୋଇ ବିଧାୟକ ହୋଇଥିଲେ। ୨୦୧୪ ରେ, ରେବନ୍ତ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ଏହି ଦଳର ବିଧାନସଭାରେ ବିରୋଧୀ ଦଳର ନେତା ଥିଲେ। ଏହା ପରେ, ୨୦୧୭ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ପରବର୍ଷ ଯେତେବେଳେ କଂଗ୍ରେସ ତାଙ୍କୁ ୨୦୧୮ ବିଧାନସଭା ନିର୍ବାଚନରେ ଟିକେଟ ଦେଇଥିଲା ସେତେବେଳେ ସେ ତେଲେଙ୍ଗାନା ରାଷ୍ଟ୍ରିୟ ସମିତି (ଟିଆରଏସ) ପ୍ରାର୍ଥୀଙ୍କ ବିରୋଧରେ ହାରିଥିଲେ। ବାସ୍ତବରେ, ୨୦୧୯ ବିଧାନସଭା ନିର୍ବାଚନରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ତେଲଙ୍ଗାନାର ତତ୍କାଳୀନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ଏକ ବର୍ଷ ପୂର୍ବରୁ ବିଧାନସଭାକୁ ଭଙ୍ଗ କରିଥିଲେ ଏବଂ ନିର୍ବାଚନ ହୋଇଥିଲା। ଲୋକସଭା ଆସନରେ ୧୦,୯୧୯ ଭୋଟ ବ୍ୟବଧାନରେ ବିଜୟୀ ହୋଇ ସେ ସଂସଦରେ ପହଞ୍ଚିଥିଲେ।

ବିଶେଷ କଥା ହେଉଛି ନିର୍ବାଚନ ପ୍ରଚାର ସମୟରେ ଦଳର କେନ୍ଦ୍ରୀୟ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ପ୍ରତି ସଭାରେ ସେ ଉପସ୍ଥିତ ଥିଲେ। ଏପରିକି ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଆଗରେ ରହିଛନ୍ତି। ଭୋଟ ଫଳାଫଳ ବାହାରିବାର ଗୋଟିଏ ଦିନ ପୂର୍ବରୁ ଯେତେବେଳେ ସେ ପାର୍ଟି କର୍ମୀଙ୍କ ମଧ୍ୟରେ ପହଞ୍ଚିଥିଲେ, ସେତେବେଳେ ଲୋକେ ସିଏମ ସିଏମ ସ୍ଲୋଗାନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri