Categories: ଜାତୀୟ

ଇଡି କାର୍ଯ୍ୟାଳୟରେ ରାହୁଲ ହାଜର ହେବାବେଳେ କଂଗ୍ରେସ ଦେଖାଇବ ଶକ୍ତି

ନୂଆଦିଲ୍ଲୀ,୯ ।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ୧୩ ଜୁନରେ ହାଜର ହେବାର ସମୟ ଦିଆଯାଇଛି । ନ୍ୟାଶନାଲ ହେରାଲ୍ଡ ମାମଲାରେ ରାହୁଲ ଇଡିରେ ହାଜର ହେବେ । ତେବେ ଏହି ସମୟରେ କଂଗ୍ରେସ ତା’ର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହୋଇଗଲାଣି । ଏହି ଶକ୍ତି ପ୍ରଦର୍ଶନରେ ଲୋକ ସଭା ଓ ରାଜ୍ୟ ସଭାର ସମସ୍ତ କଂଗ୍ରେସ ଏମ୍‌ପି ଓ ବରିଷ୍ଠ ନେତାମାନେ ସାମିଲ ହେବେ ବୋଲି ଜଣାପଡିଛି । ଏଥିପାଇଁ ସମସ୍ତ ନେତାଙ୍କୁ ସୋମବାର ସକାଳେ ଆକବର ରୋଡ ସ୍ଥିତ ପାର୍ଟି ମୁଖ୍ୟାଳୟରେ ପହଞ୍ଚିବାକୁ କୁହାଯାଇଛି ।
ସୋମବାର କଂଗ୍ରେସ ତା’ର ମୁଖ୍ୟ କାର୍ଯ୍ୟାଳୟରୁ ଏପିଜେ ଅବଦୁଲ କଲାମ ରୋଡ ସ୍ଥିତ ଇଡି ମୁଖ୍ୟାଳୟ ପର୍ଯ୍ୟନ୍ତ ରାଲି କରିବାର କାର୍ଯ୍ୟକ୍ରମ ରହିଛି । ଏହି ରାଲି ମାଧ୍ୟମରେ କଂଗ୍ରେସ ତା’ର ଶକ୍ତି ପ୍ରଦର୍ଶନ କରିବ ବୋଲି କୁହାଯାଉଛି । ଏହାକୁ କାର୍ଯ୍ୟକାରୀ କରିବାକୁ ଗୁରୁବାର ସନ୍ଧ୍ୟାରେ ଦଳର ମହାସଚିବ, ରାଜ୍ୟ ପ୍ରଭାରୀ ଓ ପ୍ରଦେଶ ଅଧ୍ୟକ୍ଷଙ୍କର ଏକ ଭର୍ଚୁଆଲ ବୈଠକ ଡକାଇଛି ।

Share