Posted inUncategorized

‘ବିଧାନସଭା ଇତିହାସରେ କଳଙ୍କିତ ଇତିହାସ’

ଭୁବନେଶ୍ୱର,୨୬।୩:ରାଜ୍ୟରେ ମହିଳା ଅସୁରକ୍ଷିତ ଦର୍ଶାଇ ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ପ୍ରତିବାଦ କରିଆସୁଛି । ଏହି ଘଟଣାକୁ ନେଇ ବିଧାନସଭାକୁ ଘେରିବାକୁ କଂଗ୍ରେସ ପ୍ରସ୍ତୁତ ହୋଇଛି। କଂଗ୍ରେସର ଏହି କାର୍ଯ୍ୟକ୍ରମକୁ ରାଜ୍ୟବାସୀ ସମର୍ଥନ ଦେବେ ବୋଲି ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ କହିଛନ୍ତି।

ବୁଧବାର କଂଗ୍ରେସ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦାସ କହିଛନ୍ତ ସରକାର କିଭଳି ପୁଲିସକୁ ହାତବାରିସି କରି ବିରୋଧୀଙ୍କ ଉପରେ ଦମନ ନୀତି ଚଳାଇଛନ୍ତି ତା’ର ନମୁନା ବିଧାନସଭାରେ ଦେଖିବାକୁ ମିଳିଛି। ମହିଳାଙ୍କୁ ସୁରକ୍ଷା ଦେବ କହି କ୍ଷମତାସୀନ ହେବା ପରେ ଭାଜପା ତା’ର ମୂଳ ଲକ୍ଷ୍ୟରୁ ଦୂରେଇ ଯାଇଛି। ସବୁ ନିୟମକାନୁନକୁ ଜଳାଞ୍ଜଳି ଦେଇଛି। ନୀତିକୁ ଅନୀତି କରିଛି। ମଙ୍ଗଳବାର ଗୃହର ୧୪ ସଦସ୍ୟଙ୍କୁ ନିଲମ୍ବନ କରିବା ଏବଂ ସେମାନଙ୍କୁ ମାଡ଼ମାରି କ୍ଷତାକ୍ତ କରିବା ଏହାର ସଦ୍ୟ ଉଦାହରଣ। ଏହାଦ୍ୱାରା ବିଧାନସଭା ଇତିହାସରେ କଙ୍କଳିତ ଇତିହାସ ସୃଷ୍ଟି ହୋଇଛି। ଏସବୁକୁ ରାଜ୍ୟବାସୀ ଦେଖୁଛନ୍ତି। ଆଗାମୀ ଦିନରେ ଏହାର ଉଚିତ୍‌ ଜବାବ ଦେବେ ବୋଲି ଦାସ କହିଛନ୍ତି। ଏହାଛଡ଼ା ଅଗଣତାନ୍ତ୍ରିକ ଉପାୟରେ ବିରୋଧୀଙ୍କ ସ୍ବରକୁ ଚାପିବା ପାଇଁ ଉଦ୍ୟମ କରାଯାଉଛି। ସରକାର ଯେଉଁ ଗୁଣ୍ଡାରାଜ୍‌ ଚଳାଇଛନ୍ତି ତା’ର ଦୃଢ଼ ଜବାବ ଦିଆଯିବ ବୋଲି ଦାସ କହିଛନ୍ତି।

ଅପରପକ୍ଷେ କଂଗ୍ରେସ ପକ୍ଷରୁ ରାମ ମନ୍ଦିର ସାମ୍ନାରୁ ପଦଯାତ୍ରା ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବ ବୋଲଇ ଜଣାପଡ଼ିଛି। ଏହାକୁ ନେଇ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଯାତାୟାତରେ ଅସୁବିଧା ହେବାର ସମ୍ଭାବନା ଥିବାରୁ ଲୋକମାନଙ୍କୁ ଅନ୍ୟ ରାସ୍ତା ବାଛିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ବଢ଼ିଲା କୃଷ୍ଣସାର ମୃଗଙ୍କ ସଂଖ୍ୟା

ଗଞ୍ଜାମ,୩।୨(ବିଦ୍ୟାଧର ସାହୁ):ଗଞ୍ଜାମରେ ବୃଦ୍ଧି ପାଇଛି କୃଷ୍ଣସାର ମୃଗଙ୍କ ସଂଖ୍ୟା। ଏ ନେଇ ପିସିସିଏଫ ବନ୍ୟପ୍ରାଣୀ ଏକ୍ସରେ ସୂଚନା ଦେଇଛନ୍ତି। ପ୍ରଶିକ୍ଷିତ ଟିମ, ଡ୍ରୋନ ଓ AI ସହାୟତାରେ…

ପୁରୀରେ ରାଷ୍ଟ୍ରପତି: କାଲି ଶ୍ବେତଗଙ୍ଗାରେ କରିବେ ପିଣ୍ଡଦାନ

ପୁରୀ,୩।୨: ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଳବଣିଆ ହେଲିପ୍ୟାଡ୍‌ରେ ତାଙ୍କ ବିମାନ ପହଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତାଙ୍କୁ ସ୍ବାଗତ କରିଛନ୍ତି। ରାଷ୍ଟ୍ରପତି ପୁରୀରେ…

ଭାଜପା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟଙ୍କ ଘର ଉପରରେ ଆକ୍ରମଣ: ୧୫ ଅଟକ , ଗାଁରେ ପୋଲିସ ଛାଉଣି

ମୋହନା,୩।୨(ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମର ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବରାମ ସୁଆରଙ୍କ ଘର ଉପରେ ସୋମବାର ସନ୍ଧ୍ୟା…

ନାଚ ସାରି ଫେରୁଥିଲେ ମେଲୋଡି କଳାକାର, ରାସ୍ତାରେ ଅଟକାଇ ମାଡ଼ ମାରିଲେ…

ଆଠଗଡ଼,୩।୨: ନାଚ ସାରି ଫେରୁଥିଲେ ମେଲୋଡି କଳାକାର ରାସ୍ତାରେ ଅଟକାଇ ମାରିଲେ ଦୁବୃର୍ତ୍ତ। ଏଭଳି ଘଟଣା ଘଟିଛି କଟକ ଜିଲା ତିଗିରିଆ ଥାନା ପାଳପୁଟ ଗାଁରେ। ସୂଚନାଯୋଗ୍ୟ,…

ଝିଅମାନେ ସାବଧାନ: ସ୍ମାର୍ଟ ଚଷମାରେ ଆପଣଙ୍କର ସବୁ ରେକର୍ଡ କରିନେବେ, ଓଡ଼ିଶାରେ ପଡିଛନ୍ତି ଧରା

ନୂଆଦିଲ୍ଲୀ,୩।୨: ବଦଳୁଥିବା ସମୟ ସହିତ ଟେକ୍ନୋଲୋଜି ଯେତିକି ସୁବିଧା ଆଣୁଛି, ସେତିକି ବିପଦ ମଧ୍ୟ ବଢ଼ାଉଛି। ବର୍ତ୍ତମାନ ଆମେରିକା ଏବଂ ବ୍ରିଟେନ ଭଳି ଦେଶରେ ‘ସ୍ମାର୍ଟ ଚଷମା’…

ଭକ୍ତ ଦାସଙ୍କ ବଡ଼ ଦାବି: ପୌର, ଏନ୍‌ଏସି ନିର୍ୱାଚନ ବାଲଟ୍‌ରେ ହେଉ

ଭୁବନେଶ୍ୱର,୩।୨: ରାଜ୍ୟ ସରକାରଙ୍କ ପକ୍ଷରୁ ନିକଟରେ ୨୮ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଏବଂ ୭ ପୌରପାଳିକା(ମ୍ୟୁନିସିପାଲିଟି) ନିର୍ୱାଚନ ଲାଗି ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି…

ଝିଅର ବାପା ହୋଇ ବିବାହ କରାଇଲେ ମୁଖ୍ୟମନ୍ତ୍ରୀ, ୨୦୧ ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…

ପୁରୁଷୋତ୍ତମପୁର,୩।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର’ ଶୁଭାରମ୍ଭ କରିଛନ୍ତି…

ରୁଷିଆରୁ ଆଉ ତେଲ କିଣିବନି ଭାରତ: ବଢିବ କି ପେଟ୍ରୋଲ- ଡିଜେଲ ଦାମ୍‌? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ସୋମବାର ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସଦ୍ୟତମ ଚୁକ୍ତି ଅନୁଯାୟୀ, ଭାରତ ଏବେ ରୁଷିଆ ବଦଳରେ ଆମେରିକାରୁ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri