Posted inଜାତୀୟ

ବନ୍ୟା ପାଇଁ କଂଗ୍ରେସ ଦାୟୀ: ବୋମ୍ମାଇ…

ବେଙ୍ଗାଲୁରୁ, ୬।୯ : ଦକ୍ଷିଣ ଭାରତର କେତେକ ରାଜ୍ୟରେ ମୌସୁମୀ ବର୍ଷା ସଙ୍କଟ ସୃଷ୍ଟି କରିଛି। କର୍ନାଟକର ବେଙ୍ଗାଲୁରୁ, କେରଳ ଏବଂ ତାମିଲନାଡୁର ବହୁ ଅଞ୍ଚଳରେ ବର୍ଷା ଲୋକମାନଙ୍କ ପାଇଁ ବିପଦ ଆଣିଛି। ସ୍ମାର୍ଟ ସିଟି ବେଙ୍ଗାଲୁରୁର ରାସ୍ତା ଜଳମଗ୍ନ ଘଟଣା ପଛରେ ରାଜ୍ୟର ପୂର୍ବତନ କଂଗ୍ରେସ ସରକାରଙ୍କୁ ଦାୟୀ କରିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ। କଂଗ୍ରେସ ସରକାରଙ୍କ କୁଶାସନର ଫଳାଫଳ ଯୋଗୁ ଏବେ ବେଙ୍ଗାଲୁରୁରେ ଏଭଳି ଅବସ୍ଥା ଦେଖାଦେଇଛି। ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇ ବୋମ୍ମାଇ କହିଛନ୍ତି, ପୂର୍ବ କଂଗ୍ରେସ ସରକାରଙ୍କ ଭୁଲ ଯୋଜନା ଏବଂ ପ୍ରଶାସନିକ ବିଫଳତା ଯୋଗୁ ଏହା ଘଟିଛି।

ପୂର୍ବ କଂଗ୍ରେସ ସରକାର ହ୍ରଦ ଏବଂ ବଫର ଜୋନ ପାଇଁ ଯୋଜନା ଠିକ ଭାବେ କରି ନାହାନ୍ତି। ବନ୍ୟା ପରିସ୍ଥିତି ପ୍ରବଳ ବର୍ଷା ଏବଂ ଜଳ ନିଷ୍କାସନ ନ ହୋଇ ପାରିବାରୁ ଘଟିଛି। ତାଙ୍କ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛନ୍ତି। ବେଙ୍ଗାଲୁରୁରେ ବର୍ଷା ଗତ ୯୦ ବର୍ଷର ରେକର୍ଡ ଭାଙ୍ଗିଛି।

ତେବେ ସୋସିଆଲ ମିଡ଼ିଆରେ ବେଙ୍ଗାଲୁରୁର ସ୍ଥିତି ନେଇ କରାଯାଉଥିବା ପ୍ରଚାର ସତ୍ୟ ନୁହେଁ ବୋଲି ବୋମ୍ମାଇ ପ୍ରକାଶ କରିଛନ୍ତି। ବେଙ୍ଗାଲୁରୁରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାର ୩୦୦ କୋଟି ଟଙ୍କା ମଞ୍ଜୁର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟଙ୍କାରେ ନିର୍ମାଣ ଏବଂ ଥଇଥାନ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ମଧ୍ୟଭାଗରେ ଖୋଲିଲା ରିଙ୍କୁ ସିଂହ ଭାଗ୍ୟ, ପ୍ରଥମ IPL ମ୍ୟାଚରେ ଘଟିଲା…

ନୂଆଦିଲ୍ଲୀ,୩୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପରାଜୟ ବରଣ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ – ଯିଏ ତାଙ୍କ…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

ବିଧାୟକ ପଦରୁ ଇସ୍ତଫା ଦେଲେ ନବୀନ, ଏବେ କିଏ ହେବେ ବାଙ୍କିପୁରରୁ ପ୍ରାର୍ଥୀ ଉଠିଲାଣି ପ୍ରଶ୍ନ

ପାଟନା,୩୦।୩: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାନସଭା ସଦସ୍ୟ (ଏମଏଲଏ) ପଦରୁ ଇସ୍ତଫା ଦେଇଛନ୍ତି। ସେ ବିହାର ଭାଜପା ୟୁନିଟର ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିବାହ ବିନା ହୋଇପାରିବେ ଦମ୍ପତି! ସମ୍ପର୍କ ସ୍ଥିର ଥିଲେ ଲିଭ-ଇନ ଦମ୍ପତିଙ୍କୁ ‘ବିବାହିତ’ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ,୩୦।୩: ଆଜିର ଦ୍ରୁତ ଗତିରେ ବିକଶିତ ହେଉଥିବା ସମାଜରେ, ସମ୍ପର୍କର ପରିଭାଷାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଯେଉଁ ସମ୍ପର୍କଗୁଡ଼ିକ ପୂର୍ବରୁ ସାମାଜିକ ଗ୍ରହଣ ପାଇଁ ଚାହିଁ ରହୁଥିଲେ,…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri