ପରାଜୟ ପାଇଁ ଅନ୍ୟକୁ ଦୋଷ ନ ଦେଇ କଂଗ୍ରେସ ଆତ୍ମଚିନ୍ତନ କରୁ: ଶାହା

କୋଲକାତା,୮।୫: କୋଲକାତାରେ ଭାଜପା ବିଧାୟକ ଦଳ ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମ୍ବୋଧିତ କରି ବିରୋଧୀଙ୍କ ଭୋଟ ଚୋରି ଅଭିଯୋଗକୁ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି। ନିଜ ପରାଜୟ ଲୁଚାଇବା ପାଇଁ ରାହୁଲ ସବୁବେଳେ ଅଭିଯୋଗ କରୁଛନ୍ତି। EVM, ଭୋଟର ତାଲିକା ଓ SIR ଉପରେ ଅଭିଯୋଗ ଆଣୁଛନ୍ତି। ଭାଜପା ୨୦୧୪ରେ କ୍ଷମତାକୁ ଆସିଲା, ପୂର୍ବରୁ କେମିତି କଂଗ୍ରେସ ହାରୁଥିଲା ବୋଲି ଶାହା ପ୍ରଶ୍ନ କରିଛନ୍ତି।

୧୯୬୭ରୁ ତାମିଲନାଡୁରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ନ ଥିବା ବେଳେ ପଶ୍ଚିମବଙ୍ଗରେ ୪୯ ବର୍ଷ ଧରି କଂଗ୍ରେସ କ୍ଷମତାରେ ନାହିଁ। ବିହାରରେ ୩୬ ବର୍ଷ, ନାଗାଲାଣ୍ଡରେ ୨୩ ବର୍ଷ ହେଲା କଂଗ୍ରେସ ସରକାରରେ ନାହିଁ। ଏପରିକି ଓଡ଼ିଶାରେ ୨୬ ବର୍ଷ ହେଲା କଂଗ୍ରେସ କ୍ଷମତାରେ ନ ଥିବା ବେଳେ ମହାରାଷ୍ଟ୍ରରେ ୧୨ ବର୍ଷ ହେଲା ଲୋକେ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି। ପରାଜୟ ପାଇଁ ଅନ୍ୟକୁ ଦୋଷ ନ ଦେଇ କଂଗ୍ରେସ ଆତ୍ମଚିନ୍ତନ କରୁ ବୋଲି ଶାହା କହିଛନ୍ତି। ଏପରିକି ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ବୁଡ଼ିବ ବୋଲି କହି ବିରୋଧୀଙ୍କୁ ଟାର୍ଗେଟ କରିଥିଲେ।

Share