Categories: ଜାତୀୟ

ଉପନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ଝଟ୍‌କା: ଭାଜପାରେ ସାମିଲ ହେଲେ ରାହୁଲ

ଭୋପାଳ, ୨୫।୧୦: ଉପନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସକୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଅସନ୍ତୁଷ୍ଟ ବିଧାୟକ ରାହୁଲ ଲୋଧୀ ରବିବାର କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଇଛନ୍ତି। ରାହୁଲ ଦମୋହ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ୍‌ ହୋଇଛନ୍ତି। ରାହୁଲ ପ୍ରେଟେମ୍‌ ସ୍ପିକର ରାମେଶ୍ୱର ଶର୍ମାଙ୍କୁ ଭେଟି କଂଗ୍ରେସରୁ ଇସ୍ତଫା ଦେଉଥିବା ନେଇ ପତ୍ର ପ୍ରଦାନ କରିଛନ୍ତି। ଉପନିର୍ବାଚନକୁ ଆଉ କିଛି ଦିନ ବାକି ଥିବାବେଳେ ରାହୁଲଙ୍କ ଏଭଳି କାର୍ଯ୍ୟ ଯୋଗୁ କଂଗ୍ରେସର ସ୍ଥିତି ଖରାପ ହେବାର ଆଶଙ୍କା କରାଯାଉଛି।

Share