Posted inଜାତୀୟ

ଭାଜପାର ଚା’ ବାଲାର ଜବାବ କଂଗ୍ରେସ କ୍ଷୀର ବାଲାରେ ଦେଲା…

ଶିମଲା,୧୧।୧୨ : ସୁଖବିନ୍ଦର ସିଂ ସୁଖୁ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏପରି କରି କଂଗ୍ରେସ ଭାଜପାର ଚା’ ବାଲାର ଜବାବ କ୍ଷୀର ବାଲାରେ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚା’ ବିକ୍ରି କରୁଥିଲେ। ସେହିପରି ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ସୁଖବିନ୍ଦର ସିଂ ଛୋଟା ଶିମଲାରେ ଏକ ଦୁଗ୍ଧ କାଉଣ୍ଟରରେ କ୍ଷୀର ବିକ୍ରି କରୁଥିଲେ। ଜାତୀୟ ରାଜନୀତିରେ ସୁଖବିନ୍ଦର ସିଂ ସୁଖୁଙ୍କ ନାମ ଏପର୍ଯ୍ୟନ୍ତ ପ୍ରସିଦ୍ଧ ହୋଇ ନ ଥାଇପାରେ, କିନ୍ତୁ ହିମାଚଳ ପ୍ରଦେଶର ରାଜନୀତିରେ ତାଙ୍କର ସ୍ଥିତି ସୁଦୃଢ଼।

ନାଦୌନ ବିଧାନସଭା ନିର୍ବାଚନମଣ୍ଡଳୀରୁ ଚତୁର୍ଥ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ସୁଖବିନ୍ଦର ସିଂ ସୁଖୁ ମଧ୍ୟ ହିମାଚଳ ପ୍ରଦେଶ କଂଗ୍ରେସ ନିର୍ବାଚନ ପ୍ରଚାର କମିଟିର ସଭାପତି। ସେ ୨୦୦୩, ୨୦୦୭, ୨୦୧୭ ଏବଂ ବର୍ତ୍ତମାନ ୨୦୨୨ ରେ ସେ ଚତୁର୍ଥ ଥର ପାଇଁ ବିଧାୟକ ହୋଇଛନ୍ତି। ସେ ୨୬ ମାର୍ଚ୍ଚ ୧୯୬୪ ରେ ହମିରପୁର ଜିଲାର ନାଦୌନ ତହସିଲର ସେରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସୁଖୁଙ୍କ ପିତା ରସିଲ ସିଂ ହିମାଚଳ ସଡକ ପରିବହନ ନିଗମ ଶିମଲାରେ ଡ୍ରାଇଭର ଥିବାବେଳେ ମାତା ସଂସାର ଦେଈ ଗୃହିଣୀ।

ଚାରି ଭାଇଭଉଣୀଙ୍କ ମଧ୍ୟରେ ସୁଖଙ୍କ ସ୍ଥାନ ଦ୍ୱିତୀୟ। ୧୯୯୮ ରେ, ସେ କମଲେଶ ଠାକୁରଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ଝିଇ ଅଛନ୍ତି। ସୁଖବିନ୍ଦର ସିଂ ସୁଖୁ ମଧ୍ୟ ଶିମଲାରେ ଏଲଏଲବି ଅଧ୍ୟୟନ କରିଛନ୍ତି। ସେ କଲେଜରେ ଶ୍ରେଣୀ ପ୍ରତିନିଧୀ, ଛାତ୍ର କେନ୍ଦ୍ରୀୟ ସଂଘର ସାଧାରଣ ସମ୍ପାଦକ ଏବଂ ଛାତ୍ର କେନ୍ଦ୍ରୀୟ ସଂଘର ସଭାପତି ହୋଇଥିଲେ। ସେ ନିଜର ରାଜନୈତିକ କ୍ୟାରିୟର କଂଗ୍ରେସର ଛାତ୍ର ସଂଗଠନ ଏନଏସୟୁଆଇରୁ ଆରମ୍ଭ କରିଥିଲେ। ସେ ୧୯୮୮ ରୁ ୧୯୯୫ ପର୍ଯ୍ୟନ୍ତ ଏନଏସୟୁଆଇର ରାଜ୍ୟ ସଭାପତି ଥିଲେ। ତା’ପରେ ୧୯୯୫ରେ ତାଙ୍କୁ ଯୁବ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ କରାଯାଇଥିଲା। ୧୯୯୮ ରୁ ୨୦୦୮ ପର୍ଯ୍ୟନ୍ତ ସେ ଯୁବ କଂଗ୍ରେସର ରାଜ୍ୟ ସଭାପତି ଥିଲେ।

୨୦୦୮ ରେ ସେ ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ହୋଇଥିଲେ। ଏଥି ସହିତ, ୨୦୧୩ ରୁ ୨୦୧୯ ପର୍ଯ୍ୟନ୍ତ ସେ ରାଜ୍ୟ କଂଗ୍ରେସର ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ। ଦୁଇଥର ଶିମଲା ମ୍ୟୁନିସିପାଲିଟି କର୍ପୋରେଶନର କାଉନସିଲର ଭାବରେ ସୁଖବିନ୍ଦର ସିଂ ସୁଖୁ ନିର୍ବାଚିତ ହୋଇଥିଲେ। ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ହିମାଚଳ ପ୍ରଦେଶ କଂଗ୍ରେସ ନିର୍ବାଚନ ପ୍ରଚାର କମିଟିର ସଭାପତି ଏବଂ ଟିକେଟ ବଣ୍ଟନ କମିଟିର ସଦସ୍ୟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri