Categories: ଜାତୀୟ

ପଞ୍ଜାବ ବିଧାନସଭା ନିର୍ବାଚନ: ଚମକୌର ସାହିବରୁ ଚନ୍ନୀ, ଅମୃତସର ପୂର୍ବରୁ ସିଦ୍ଧୁ ଲଢିବେ ନିର୍ବାଚନ

ଚଣ୍ଡିଗଡ଼,୧୫ ।୧: ବାଜିଲା ପଞ୍ଜାବ ବିଧାନସଭା ନିର୍ବାଚନ ବିଗୁଲ । ଶାସକ କଂଗ୍ରେସ ଦଳ ଶନିବାର ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୮୬ ଜଣଙ୍କ ନାମ ସାମିଲ ହୋଇଛି । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଚମକୌର ସାହିବରୁ ଓ ପ୍ରଦେଶ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଅମୃତସର ପୂର୍ବରୁ ନିର୍ବାଚନ ଲଢିବେ । ସେହିପରି ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ମୋଗାରୁ ନିର୍ବାଚନ ଲଢିବେ । କାଦିୟାନରୁ ପ୍ରତାପ ସିଂ ବାଜୱା ଓ ମାନସାରୁ ଗାୟକ ସିଦ୍ଧୁ ମୁସେୱାଲା ନିର୍ବାଚନ ଲଢିବେ ବୋଲି ଜଣାପଡିଛି ।

Share