Categories: ଜାତୀୟ

ଗୁଜରାଟ ବିଧାନସଭା ନିର୍ବାଚନ: ଷ୍ଟାର ପ୍ରଚାରକଙ୍କ ସୂଚି ଜାରି କଲା କଂଗ୍ରେସ, ଖର୍ଗେ, ସୋନିଆ, ରାହୁଲ, ପ୍ରିୟଙ୍କା, ଗେହଲୋଟ, ବଘେଲଙ୍କ ସମେତ ରହିଛି ୪୦ ନେତାଙ୍କ ନାମ

ନୂଆଦିଲ୍ଲୀ,୧୫ ।୧୧: ଗୁଜରାଟ ବିଧାନସଭା ନିର୍ବାଚନ ୨୦୨୨ ଲାଗି କଂଗ୍ରେସ ମଙ୍ଗଳବାର ଷ୍ଟାର ପ୍ରଚାରକଙ୍କ ଲିଷ୍ଟ ଜାରି କରିଛି । ଏହି ସୂଚୀରେ କଂଗ୍ରେସର ବଡ ବଡ ନେତାଙ୍କ ନାମ ସାମିଲ ରହିଛି । କଂଗ୍ରେସ ପକ୍ଷରୁ ଏହି ସୂଚୀ ନିର୍ବାଚନ କମିଶନଙ୍କୁ ଦିଆଯାଇଛି । ଏଥିରେ ରହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ୪୦ ଜଣ ନେତାଙ୍କ ନାମ ରହିଛି ।
ଏହା ବ୍ୟତୀତ ଅଶୋକ ଗେହଲେଟ, କମଲନାଥ, ରଘୁ ଶର୍ମା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ଭାଘେଲଙ୍କ ସମେତ ଆହୁରି ବହୁ ନେତା ଏହି ସୂଚୀରେ ସାମିଲ ହୋଇଛନ୍ତି । ଏଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ବି ଷ୍ଟାର ପ୍ରଚାରକ ହେବେ । ସୂଚନା ଯୋଗ୍ୟ, ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ୧ ଡିସେମ୍ବରରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ୫ ଡିସେମ୍ବରରେ ହେବ । ସେହିପରି ଏହାର ଫଳାଫଳ

୮ ଡିସେମ୍ବରରେ ଆସିବ ।

Share