Categories: ଜାତୀୟ

ରାହୁଲ ଗାନ୍ଧୀଙ୍କୁ କରୋନା

ନୂଆଦିଲ୍ଲୀ,୨୦।୪: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଙ୍ଗଳବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରୁ ଏହି ବିଷୟରେ ସୂଚନା ଦେଇଛନ୍ତି। ରାହୁଲ କହିଛନ୍ତି ଯେ, ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ଅଛି। ତାଙ୍କ ସହ ନିକଟରେ ଯୋଗାଯୋଗରେ ଆସିଥିବା ବ୍ୟକ୍ତି କଟକଣା ମାନି ରୁହନ୍ତୁ ବୋଲି ସେ କହିଛନ୍ତି।

Share