Posted inଜାତୀୟ

କଂଗ୍ରେସର ଘୋଷଣା- ‘ସରକାରକୁ ଆସିଲେ ଏମ୍‌ଏସ୍‌ପିର ଆଇନଗତ ଗ୍ୟାରେଣ୍ଟି ଦେବୁ’

ନୂଆଦିଲ୍ଲୀ,୧୩।୨: ପଞ୍ଜାବ-ହରିୟାଣାର କୃଷକମାନେ ଏମ୍‌ଏସ୍‌ପିର ଆଇନଗତ ଗ୍ୟାରେଣ୍ଟି ସମେତ ଅନେକ ଦାବି ନେଇ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ହଜାର ହଜାର ସଂଖ୍ୟାରେ କୃଷକ ଶମ୍ଭୁ ସୀମାରେ ପହଞ୍ଚିଛନ୍ତି। କୃଷକଙ୍କୁ ଆଗକୁ ବଢ଼ିବାରୁ ରୋକିବା ଲାଗି ପୋଲିସ ପକ୍ଷରୁ ବ୍ୟାରିକେଡିଂ କରାଯାଇଛି। ହେଲେ ଚାଷୀମାନେ ଏହାକୁ ହଟାଇବାକୁ ଚେଷ୍ଟା କରୁଛନ୍ତି। କୃଷକ ଆନ୍ଦୋଳନ ମଧ୍ୟରେ କଂଗ୍ରେସ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଆମେ ସ୍ବାମୀନାଥନ କମିଟି ରିପୋର୍ଟ ଅନୁଯାୟୀ ଏମ୍‌ଏସ୍‌ପି ଆଇନ୍‌ ଆଣି ଚାଷୀଙ୍କୁ ଉଚିତ ମୂଲ୍ୟର ଗ୍ୟାରେଣ୍ଟି ଦେବୁ ବୋଲି କଂଗ୍ରେସ କହିଛି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି, ଏମ୍‌ଏସ୍‌ପି ଲାଗି ଆଇନଗତ ଗ୍ୟାରେଣ୍ଟି ମିଳିବା ଦ୍ୱାରା ୧୫ କୋଟି କୃଷକ ପରିବାର ଉପକୃତ ହେବେ। ଆଜି କୃଷକ ଭାଇମାନଙ୍କ ଲାଗି ଐତିହାସିକ ଦିନ। ନ୍ୟାୟ ପଥରେ କଂଗ୍ରେସର ଏହା ହେଉଛି ପ୍ରଥମ ଗ୍ୟାରେଣ୍ଟି।

ଏହାଛଡ଼ା ଭାଜପା ସରକାର ସ୍ବାମୀନାଥନ୍‌ଙ୍କୁ ଭାରତ ରତ୍ନ ଦେଇଛି, ହେଲେ ଯେଉଁ କାରଣରୁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ତାକୁ କାର୍ଯ୍ୟକାରୀ କରିବାକୁ ସରକାର ପ୍ରସ୍ତୁତ ନୁହନ୍ତି। ଏହାର ଅର୍ଥ କ’ଣ? ସ୍ବାମୀନାଥନଙ୍କ ରିପୋର୍ଟରେ ଯାହା ଦିଆଯାଇଛି, ଆମେ ତାହା କୃଷକମାନଙ୍କୁ ଦେବୁ ବୋଲି ରାହୁଲ ଗଣମାଧ୍ୟମକୁ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

ତୁଳସୀ ଗାବାର୍ଡଙ୍କ ବୟାନକୁ ନେଇ ହଇଚଇ, ପାକିସ୍ତାନ ଏବଂ ଚୀନ୍ ଆମେରିକା ପାଇଁ…

ନୂଆଦିଲ୍ଲୀ,୧୮।୩: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର ତୁଳସୀ ଗାବାର୍ଡ ପାକିସ୍ତାନ ଏବଂ ଚୀନକୁ ଆମେରିକାର ବିପଦ ବୋଲି ବୟାନ ଦେଇଛନ୍ତି । ବୁଧବାର ସେ କହିଥିଲେ ଯେ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ, ମହୁଲି ମଦ ସହ ଦୁଇ….

ହାଟଡିହୀ,୧୮।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଫିଲ୍ମ ଷ୍ଟାଇଲରେ ଦୁଇ ଚୋରା ମହୁଲି ମଦ ବେପାରୀଙ୍କୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଧରିଛି ।…

ଭାରତରେ ବଢୁଛି ରହିବା ଖର୍ଚ୍ଚ: ୨୦୨୬ରେ ଏହି ସହର ସବୁଠୁ ମହଙ୍ଗା, ଜାଣନ୍ତୁ କେଉଁ ସହରରେ କେତେ ?

ନୂଆଦିଲ୍ଲୀ,୧୮।୩: ୨୦୨୬ ମାର୍ଚ୍ଚ ମାସର ସଦ୍ୟତମ ‘ନମ୍ବିଓ’ ରିପୋର୍ଟ ଅନୁଯାୟୀ, ଭାରତରେ ଜୀବନଶୈଳୀ ଏବଂ ସହର ଅନୁସାରେ ରହିବା ଖର୍ଚ୍ଚରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ବର୍ତ୍ତମାନର…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri