ଆଦାନୀ ଗ୍ରୁପ୍‌ର ରାଷ୍ଟ୍ର ବିରୋଧୀ କାର୍ଯ୍ୟ ନେଇ କଂଗ୍ରେସର ଗଣବିକ୍ଷୋଭ

ବଲାଙ୍ଗୀର ଅଫିସ,୬ା୨: ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ଆଦାନୀ ଗ୍ରୁପର ଜାଲିଆତି ଓ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ବିରୋଧରେ ସୋମବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଗଣବିକ୍ଷୋଭ କରାଯାଇ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସ ନେତା ଉମାଶଙ୍କର ପଣ୍ଡା, ଆଡ୍‌ଭୋକେଟ ଉମା ସାହୁ, ଜିଲା କଂଗ୍ରେସ ଉପସଭାପତି ସନ୍ତକ ବହିଦାର, କଂଗ୍ରେସ ନେତା ମନୀଷ ମିଶ୍ର, ଅଜୟ ବାଲି, ପ୍ରେମ ମିଶ୍ର, ସଞ୍ଜୟ ମିଶ୍ର, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, କଂଗ୍ରେସ କିଷାନ ସେଲ୍‌ ସଭାପତି ସାନନ୍ଦ ମିଶ୍ରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।