୯ ଦଫା ଦାବିରେ କଂଗ୍ରେସର ପ୍ରତିବାଦ

ଚାନ୍ଦବାଲି,୩୧ା୮(ଅଶୋକ ପଣ୍ଡା): ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଗୁରୁବାର ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ କଂଗ୍ରେସ ପକ୍ଷରୁ ୯ ଦଫା ଦାବି ନେଇ ଚାନ୍ଦବାଲି ସହର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ଆଗରେ ଏକ ପ୍ରତିବାଦ ସଭା କରାଯାଇଛି। ଏହି ପ୍ରତିବାଦ ସଭାରେ ବ୍ଲକ କଂଗ୍ରେସ ଓ ଜିଲା କଂଗ୍ରେସର ବହୁ ଛାମୁଆ ନେତାମାନେ ଯୋଗଦେଇ ବ୍ଲକ ଅଫିସଗୁଡ଼ିକରେ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯାତନା, ଚାଷୀ ମାରଣ ନୀତି, ଟାଟା କମ୍ପାନୀର ଖାଉଟି ବିରୋଧ ଓ ବିଜୁଳି ନୀତି ବିରୋଧରେ ଶତାଧିକ କଂଗ୍ରେସ କର୍ମୀ ବ୍ଲକ ଘେରାଉ କରି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। କଂଗ୍ରେସ କର୍ମୀମାନେ ବ୍ଲକ କାର୍ଯ୍ୟାଳୟ ପରିସରକୁ ଧସେଇ ପସିବା ବେଳେ ପୋଲିସ ଓ କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।