Categories: ଜାତୀୟ

ରାହୁଲଙ୍କୁ ଅଟକ ରଖିଲା ପୋଲିସ

ନୂଆଦିଲ୍ଲୀ,୫।୮: ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ରାହୁଲ ଗାନ୍ଧୀ ଏବଂ ଶଶି ଥରୁରଙ୍କ ସମେତ ବହୁ କଂଗ୍ରେସ ଏମ୍‌ପିଙ୍କୁ ପୋଲିସ ଅଟକ ରଖିଛି। ରାହୁଲ ଗାନ୍ଧୀ କହିଛନ୍ତି, ଆମେ ଶାନ୍ତିପୂର୍ଣ୍ଣ ଭାବେ ରାଷ୍ଟ୍ରପତି ଭବନକୁ ଯିବାକୁ ଚାହୁଁଥିଲୁ। ଏହି ରାଲିରେ ଥିବା ସମସ୍ତ ଲୋକ ରାଜ୍ୟ ସଭା ଓ ଲୋକ ସଭାର ଅଟନ୍ତି କିନ୍ତୁ ଆମକୁ ଯିବାକୁ ଅନୁମତି ଦିଆଯାଉ ନାହିଁ। ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ଉପରେ ଆମେ ଏଠାରେ ସ୍ବର ଉତ୍ତୋଳନ କରୁଛୁ। କିନ୍ତୁ ଆମକୁ ରୋକାଯାଉଛି। ସରକାରଙ୍କ ପକ୍ଷରୁ ଗଣତନ୍ତ୍ରକୁ ହତ୍ୟା କରାଯାଉଛି।
ଦିଲ୍ଲୀରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ରାଷ୍ଟ୍ରପତି ଭବନ ଘୋଷଣା କରିଛି। ଏହାକୁ ଦୃଷ୍ଟିରେ ରଖି ସେଠାରେ ଧାରା ୧୪୪ ଲାଗୁ କରାଯାଇଛି। ରାଷ୍ଟ୍ରପତି ଭବନ ନିକଟରେ କଡା ସୁରକ୍ଷା ବ୍ୟବସ୍ଥା ରହିଛି।

Share