Posted inରାଜ୍ୟ

କଂଗ୍ରେସ ବିକ୍ଷୋଭ ଘଟଣା:୩ ମାମଲା ରୁଜୁ କଲା ପୋଲିସ

ଭୁବନେଶ୍ୱର,୨୮।୩(ସତ୍ୟଜିତ୍‌ ରାଉତ): ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦାବି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ବିଧାନସଭା ପରିସରରେ ପ୍ରତିବାଦ, ବିଧାନସଭା ଘେରାଉ ଉଦ୍ୟମ ସହ ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ ଘଟଣାରେ କମିଶନରେଟ୍‌ ପୋଲିସ ଶୁକ୍ରବାର ୩ ଆପରାଧିକ ମାମଲା ରୁଜୁ କରିଛି। କ୍ୟାପିଟାଲ ଥାନା ପକ୍ଷରୁ ଏସବୁ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ବୁଧବାର ବିଧାନସଭାର ପୂର୍ବ ଗେଟ୍‌ ପରିସରରେ କଂଗ୍ରେସ କର୍ମୀମାନେ ହୋହାଲ୍ଲା କରିବା ସହ ଭିତରକୁ ପଶିବାକୁ ଉଦ୍ୟମ କରିବା ସହ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିଥିଲେ। ଏହି ଘଟଣାରେ ବିଏନ୍‌ଏସ୍‌ ଦଫା ୧୮୯(୨), ୨୨୧, ୨୯୬, ୧୩୨, ୧୯୦ ଏବଂ ଓଡିଶା ଅର୍ବାନ୍‌ ପୋଲିସ୍‌ ଆକ୍ଟର ଦଫା ୯୬ରେ ମାମଲା (ନଂ.୧୨୮/୨୦୨୫) ରୁଜୁ ହୋଇଛି। ଅନ୍ୟ ଦୁଇଟି ଶୁକ୍ରବାର ବିକ୍ଷୋଭ ଘଟଣାରେ ରୁଜୁ ହୋଇଛି। ବିକ୍ଷୋଭ ସମୟରେ ଗାନ୍ଧୀମାର୍ଗ କଡ଼ରେ ପାର୍କିଂ ହୋଇଥିବା ପୋଲିସ ଗାଡ଼ିରେ ନିଆଁ ଲଗାଇବା ଘଟଣାରେ ବିଏନ୍‌ଏସ ଦଫା ୩୨୭ରେ ମାମଲା (ନଂ.୧୨୯/୨୦୨୫) ରୁଜୁ ହୋଇଥିବା ବେଳେ ବିକ୍ଷୋଭ ବେଳେ ଆଇନକୁ ହାତକୁ ନେଇ ପୋଲିସ ଉପରେ ଆକ୍ରମଣ ଆଦି ଘଟଣାରେ ବିଏନ୍‌ଏସ ଦଫା ୧୮୯(୨), ୧୯୧(୨), ୧୨୬(୨), ୧୩୨, ୧୨୧(୧), ୩୨୪(୪), ୨୯୬, ୩୫୧(୨), ୧୯୦ ଏବଂ ଓଡିଶା ଅର୍ବାନ୍‌ ପୋଲିସ୍‌ ଆକ୍ଟର ଦଫା ୯୬ରେ ମାମଲା (ନଂ.୧୩୦/୨୦୨୫) ରୁଜୁ ହୋଇଛି। ଏସବୁ ଘଟଣାରେ ପୋଲିସ ଅଧିକ ତଦନ୍ତ କରୁଛି। ଉଲ୍ଲେଖଯୋଗ୍ୟ, ବିକ୍ଷୋଭ ଘଟଣାରେ ସମ୍ପୃକ୍ତ ଅସାମାଜିକ କଂଗ୍ରେସ କର୍ମୀଙ୍କୁ ଜେଲରେ ପୁରାଇବାକୁ ବୋଲି ଡିଜିପି ଗଣମାଧ୍ୟମରେ କହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri