Categories: ଜାତୀୟ

ମୋଦିଙ୍କୁ ପତ୍ର ଲେଖିଲେ ଖାର୍ଗେ, କେବଳ ଖବରରେ ଦେଖାଯାଉଛି ଚମକୁଥିବା ରେଲଓ୍ବେ, ଗ୍ରାଉଣ୍ଡ ଲେବଲରୁ ହେଉ କାମ

ନୂଆଦିଲ୍ଲୀ,୫।୬: ଓଡ଼ିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣା ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଟ୍ରେନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରି କଂଗ୍ରେସ ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀଙ୍କ ଠାରୁ ରେଲଓ୍ବେରେ ସଂସ୍କାର ଆଣିବାକୁ ଦାବି କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରି କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ କହିଛନ୍ତି ଯେ ବର୍ତ୍ତମାନ ଭାରତୀୟ ରେଲଓ୍ବେରେ ପ୍ରାୟ ୩ ଲକ୍ଷ ପଦବୀ ଖାଲି ପଡିଛି। କେବଳ ପୂର୍ବ ତଟ ରେଳବାଇରେ ଯେଉଁଠାରେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା, ସେଠାରେ ପ୍ରାୟ ୮୨୭୮ଟି ପଦବୀ ଖାଲି ପଡିଛି।
ଖାର୍ଗେ କହିଛନ୍ତି ଯେ ବରିଷ୍ଠ ପଦବୀରେ ମଧ୍ୟ ସମାନ ଅବସ୍ଥା, ଯେଉଁଠାରେ ନିଯୁକ୍ତିରେ ଉଭୟ ପିଏମଓ ଏବଂ କ୍ୟାବିନେଟ କମିଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ନବେ ଦଶକରେ ୧୮ ଲକ୍ଷରୁ ଅଧିକ ରେଳ କର୍ମଚାରୀ ଥିଲେ, ଯାହା ବର୍ତ୍ତମାନ ପ୍ରାୟ ୧୨ ଲକ୍ଷକୁ ଖସି ଆସିଛି, ସେଥିମଧ୍ୟରୁ ୩.୧୮ଲକ୍ଷ ଚୁକ୍ତି ଆଧାରରେ ବା କଣ୍ଟ୍ରାକଚୁଆଲ ନିଯୁକ୍ତି ପାଇଛନ୍ତି।

Share