Categories: ଜାତୀୟ

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ: ଆକ୍ଟିଭ ହେଲା ଜି-୨୩ ଗ୍ରୁପ, ମନିଷ ତିୱାରୀ କରିପାରନ୍ତି ପ୍ରାର୍ଥିପତ୍ର ଦାଖଲ

ନୂଆଦିଲ୍ଲୀ,୩୦ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପୂର୍ବରୁ ଦଳ ମଧ୍ୟରେ ବହୁତ କିଛି ଘଟଣା ଘଟିବାରେ ଲାଗିଛି । ଗୋଟିଏ ପଟେ ରାଜସ୍ଥାନରେ ସଙ୍କଟ ଦେଖାଦେଇଥିବା ବେଳେ ଅନ୍ୟପଟେ କିଏ ହେବେ କଂଗ୍ରେସ ଅଧ୍ୟକ୍ଷ ତାହା ସ୍ପଷ୍ଟ ହୋଇପାରୁ ନାହିଁ । ଏହାକୁ ଦେଖି ଦଳ ମଧ୍ୟରେ ଉଷ୍ମତା ବଢି ଯାଇଛି । କଂଗ୍ରେସର କେତେଜଣ ବଡ ବଡ ନେତା ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ସେପ୍ଟେମ୍ବର ୩୦ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ଜି-୨୩ ଗ୍ରୁପ ଏବେ ଆକ୍ଟିଭ ହୋଇଥିବା ଦେଖାଯାଇଛି । ଗୁରୁବାର ଆନନ୍ଦ ଶର୍ମାଙ୍କ ଘରେ ଜି-୨୩ ଗ୍ରୁପର ବୈଠକ ହୋଇଥିବା ବେଳେ ଶୁକ୍ରବାର ପୁଣିଥରେ ବୈଠକ ବସିବ ବୋଲି ଜଣାପଡିଛି ।
ଏହି ବୈଠକରେ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଚର୍ଚ୍ଚା ହେଉଛି । ତେବେ ଜି-୨୩ ଗ୍ରୁପର ମନିଷ ତିୱାରୀ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ଏପଟେ କୁହାଯାଉଛି ଏହି ଅସନ୍ତୁଷ୍ଟ ଗ୍ରୁପ ଶଶି ଥରୁରଙ୍କୁ ସପୋର୍ଟ କରିପାରନ୍ତି । ତେବେ କିଏ ହେବେ କଂଗ୍ରେସ ଅଧ୍ୟକ୍ଷ ପଦର ଦାବିଦାର ଜି-୨୩ ଗ୍ରୁପର କେଉଁ ନେତା କରିବେ ପ୍ରାର୍ଥିପତ୍ର ଦାଖଲ , କାହାକୁ ସମର୍ଥନ କରିବ ଗାନ୍ଧୀ ପରିବାର ତାହା ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି ।

Share