Categories: ଜାତୀୟ

ଆସନ୍ତା ମେ’ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ,୨୨।୧: କଂଗ୍ରେସର କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ବୈଠକରେ ଶୁକ୍ରବାର ଏକ ବଡ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମେ’ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଏହି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ଏବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ଦଳର ନୂତନ ସଭାପତି ନିର୍ବାଚନକୁ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ଶୁକ୍ରବାର ଭିଡିଓ କନଫରେନ୍ସଂ ଜରିଆରେ କଂଗ୍ରେସର କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ବୈଠକ ଆରମ୍ଭରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୋଦି ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ, ଭାଜପା ସହରକାର ଅହଙ୍କାରର ସବୁ ସୀମା ପାର୍‌ କରିଛି। କୃଷି ଆଇନକୁ ସରକାର ଖୁବଶୀଘ୍ର ପାସ୍‌ କରାଇ ଦେଇଥିଲେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ରାହୁଲ ଗାନ୍ଧୀ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ସୋନିଆ ଗାନ୍ଧୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା। ବିହାର ବିଧାନସଭା ନିର୍ବାଚନରେ ଏବଂ କେତେକ ରାଜ୍ୟରେ ଉପ-ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ଗୁଲାମ ନବୀ ଆଜାଦ ଏବଂ କପିଲ ସିବଲଙ୍କ ପରି କେତେକ ବରିଷ୍ଠ ନେତା ଦଳର ସକ୍ରିୟ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଦାବି କରିଥିଲେ।

Share