Categories: ଜାତୀୟ

କଂଗ୍ରେସ ଦେବ ୨୦ ଲକ୍ଷ ସରକାରୀ ଚାକିରି

ଲକ୍ଷ୍ନୌ,୨୩ ।୧୦: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍‌ୁତି ଆରମ୍ଭ କରିଛି କଂଗ୍ରେସ । ଶନିବାର ଦଳ ପକ୍ଷରୁ ‘ପ୍ରତିଜ୍ଞା ଯାତ୍ରା’ ବାହାର କରାଯାଇଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶର ବାରବାଙ୍କିରୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଦଳ ପକ୍ଷରୁ ୭ଟି ପ୍ରତିଜ୍ଞା ଘୋଷଣା କରାଯାଇଛି । ଏହାସହ ‘ଆମେ କଥା ରଖିବୁ‘ ସ୍ଲୋଗାମ ମଧ୍ୟ ଲଞ୍ଚ କରାଯାଇଛି । କଂଗ୍ରେସ ତା’ର ପ୍ରତିଜ୍ଞାରେ କହିଛି ଉତ୍ତର ପ୍ରଦେଶରେ କଂଗ୍ରେସ ସରକାର ଗଠନ କଲେ ୨୦ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଦିଆଯିବ । ନିର୍ବାଚନରେ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦିଆଯିବ । ଛାତ୍ରୀଙ୍କୁ ସ୍ମାଟଫୋନ ଓ ସ୍କୁଟି ଦିଆଯିବ ବୋଲି ପ୍ରିୟଙ୍କା ଘୋଷଣା କରିଥିବା ବେଳେ ସରକାର ଗଠନ କଲେ ତୁରନ୍ତ କୃଷକଙ୍କ ସମ୍ପୂର୍ଣ୍ଣ ଋଣ ଛାଡ କରାଯିବ ବୋଲି କହିଛନ୍ତି । ସେହିପରି କରୋନା ସମୟର ବିଜୁଳି ବିଲ ମାଫ କରାଯିବ ଓ ସମସ୍ତ ଉପଭୋକ୍ତାଙ୍କ ବିଲ୍ ଅଧା କରିଦିଆଯିବ ବୋଲି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି । ଏହାସହ କରୋନା ପୀଡ଼ିତ ପରିବାରକୁ ୨୫ ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ ।

Share