Advertisement
Posted inଜାତୀୟ

ପୁଣି ସାମ୍ନାକୁ ଆସିଲା କଂଗ୍ରେସର ଦଳକନ୍ଦଳ: ଥରୁରଙ୍କୁ ସମାଲୋଚନା କଲେ ମିସ୍ତ୍ରୀ

ନୂଆଦିଲ୍ଲୀ,୨୦।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପରାଜିତ ହୋଇଥିବା ଶଶୀ ଥରୁରଙ୍କୁ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରି ଗୁରୁବାର ସମାଲୋଚନା କରିଛନ୍ତି। ଥରୁର ଦୋମୁହାଁ ନୀତି ଅବଲମ୍ବନ କରୁଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ଟିମ୍‌ ଦଳର ନିର୍ବାଚନ କର୍ତ୍ତୃପକ୍ଷଙ୍କୁ ଗୋଟିଏ କଥା ଓ ଗଣମାଧ୍ୟମକୁ ଆଉ ଗୋଟିଏ କଥା କହୁଥିବା ମିସ୍ତ୍ରି ଅଭିଯୋଗ କରିଛନ୍ତି। ଏଆଇସିସି ଅଧ୍ୟକ୍ଷ ନିର୍ବାଚନରେ ଅନିୟମିତତା ଅଭିଯୋଗକୁ ମିସ୍ତ୍ରୀ ଖଣ୍ଡନ କରିଛନ୍ତି। ଉତ୍ତରପ୍ରଦେଶରେ ନିର୍ବାଚନ ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଥିବା ଥରୁରଙ୍କ ଟିମ୍‌ ଅଭିଯୋଗ ଆଣିଥିଲେ। ପ୍ରତ୍ୟେକ ଅଭିଯୋଗ ଉପରେ ନିର୍ବାଚନ କର୍ତ୍ତୃପକ୍ଷ ସମସ୍ତ ପ୍ରାର୍ଥୀଙ୍କୁ ସନ୍ତୁଷ୍ଟ କରିଥିବା ବେଳେ ଥରୁରଙ୍କ ଟିମ୍‌ ଆମ ଦୃଷ୍ଟି ଆକର୍ଷଣ କରିବା ପରିବର୍ତ୍ତେ ଗଣମାଧ୍ୟମରେ ଅଭିଯୋଗ କରିଥିବା ମିସ୍ତ୍ରି କହିଛନ୍ତି। ସେ ଥରୁରଙ୍କ ମୁଖ୍ୟ ନିର୍ବାଚନ ଏଜେଣ୍ଟ ସଲମାନ ସୋଜ୍‌ଙ୍କୁ ପତ୍ର ଲେଖି ଅସନ୍ତୋଷ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଢ଼େ ୨୨ କିଲୋ ଓଜନ ରୁପା ଇଟାରେ ରାମମନ୍ଦିରର ମୂଳଦୁଆ ହେବ ସ୍ଥାପନ…

ଅଯୋଧ୍ୟା, ୨୮।୭: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମମନ୍ଦିରର ଭୂମି ପୂଜନ କରିବେ। ଏହି ସମୟରେ ୨୨ କିଲୋଗ୍ରାମ୍‌ ୬୦୦ ଗ୍ରାମ୍‌ ଓଜନର ରୁପା...

ପୁଣି ଫେରିବେ ଦିଦି: ଚମତ୍କାର ଆଶାରେ ଭାଜପା

କୋଲକାତା,୧୬।୨: ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବ। ରାଜ୍ୟରେ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ହଟାଇବା ପାଇଁ ଭାଜପା ପକ୍ଷରୁ ଯୋଜନା କରାଯାଉଛି।...

୯ ବର୍ଷର କୁକୁର ‘ଡଚ୍‌’ର ମୃତ୍ୟୁରେ ଶୋକ ପ୍ରକାଶ କଲା ସେନା

ନୂଆଦିଲ୍ଲୀ,୧୪।୯: ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡ ଶନିବାର ୯ ବର୍ଷର କୁକୁର ‘ଡଚ୍‌’ର ମୃତ୍ୟୁରେ ଶୋକ ପ୍ରକାଶ କରିଛି। ଇଷ୍ଟର୍ଣ୍ଣ କମାଣ୍ଡରେ କାର୍ଯ୍ୟରତ ଥିବା ଏହି କୁକୁର...

ଏଆଇଏମ୍‌ଆଇଏମ୍‌ ନେତା ଅସଦ ଖାନ୍‌ଙ୍କୁ ହତ୍ୟା

ହାଇଦ୍ରାବାଦ,୧।୪: ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ଗୁରୁବାର ଦୁର୍ବୃତ୍ତମାନେ ଏଆଇଏମ୍‌ଆଇଏମ୍‌ ନେତା ଅସଦ ଖାନ୍‌ଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ...

୨୦ରେ ହେବ ପବନଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ,୧୮।୧: ନିର୍ଭୟା ଗଣବଳାତ୍କାରର ଅନ୍ୟତମ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର ସେ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ଏହାର ଶୁଣାଣି ଆସନ୍ତା...

୩ ମାସରେ ୭୮୮ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

ଲକ୍ଷ୍ନୌ, ୭।୬ : ଉତ୍ତରପ୍ରଦେଶରେ ନୂତନ ସରକାର ଗଠନ ହେବା ପରଠାରୁ ଗ୍ୟାଙ୍ଗଷ୍ଟର ଅଧିନିୟମ ଅନୁଯାୟୀ ଗତ ୩ ମାସରେ ମୋଟ ୭୮୮ ମାଫିଆଙ୍କ ବିରୋଧରେ...

କରୋନା ଭାଇରସ: ଘରେ ରହିବାକୁ ସମସ୍ତଙ୍କୁ ଅନୁରୋଧ କଲେ ବିଶ୍ୱର ସବୁଠାରୁ ଗେଡା ମହିଳା

ନାଗପୁର,୧୪।୪: କରୋନା ଭାଇରସକୁ ରୋକିବାକୁ ଏବେ ସାରା ଦେଶରେ ମେ’୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ତେଣୁ ଏହି ସମୟରେ ବାହାରେ ନ ବୁଲି ଘରେ...

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପା ଜାରି କଲା ଘୋଷଣାପତ୍ର

ଚଣ୍ଡିଗଡ଼,୧୩।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା) ତା’ର ଘୋଷଣା ପତ୍ର ଜାରି କରିଛି। ଏଥିରେ କୃଷକ, ଗରିବ, ଯୁବବର୍ଗ ଓ...

Advertisement
Archives

Model This Week