Posted inଜାତୀୟ

ବିହାର ରାଜନୀତି: ଜିତନ ରାମ ମାନ୍‌ଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଅଫର ଦେଲା କଂଗ୍ରେସ

ପାଟନା,୩।୨: ବିହାରରେ ଏନଡିଏ ସରକାର ଗଠନ ହୋଇଛି। ହେଲେ ଏପର୍ଯ୍ୟନ୍ତ କ୍ୟାବିନେଟର ସମ୍ପ୍ରସାରଣ ହୋଇନାହିଁ । କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ‘ହମ’ ସଂଯୋଜକ ଜିତନ ରାମ ମାନ୍‌ଝୀ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଜିତନ ରାମ ମାନ୍‌ଝୀ ‘ହମ’ ପାଇଁ ଦୁଇଟି ମନ୍ତ୍ରୀ ପଦବୀ ଦାବି କରୁଛନ୍ତି। ଏଥି ସହିତ ଜିତନ ରାମ ମାନ୍‌ଝୀ ବିଷୟରେ ଏକ ବଡ ଖବର ଆସୁଛି। କଂଗ୍ରେସ ମାନ୍‌ଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଫର ଦେଇଛି।

କଂଗ୍ରେସର ରାଜ୍ୟ ସଭାପତି ଅଖିଳେଶ ପ୍ରସାଦ ସିଂଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ଯେ, ସେ ଏନଡିଏ ସରକାରରେ ଦୁଇଟି ଆସନ ଦାବି କରୁଛନ୍ତି। ଏହା ଉପରେ ଅଖିଳେଶ ପ୍ରସାଦ ସିଂ ଜିତନ ରାମ ମାନ୍‌ଝୀଙ୍କୁ ଏକ ଖୋଲା ଅଫର ଦେଇଛନ୍ତି। ସେ କହିଛନ୍ତି ଯେ ସେ ଆମ ସହିତ ଆସିଲେ ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଦେବୁ। ଏହି ବିବୃତ୍ତି ପରେ ବିହାର ରାଜନୀତିରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

ଏହି ପ୍ରସଙ୍ଗରେ ଆରଜେଡି ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି ଯେ ସବୁକିଛି ସାର୍ବଜନୀନ କରାଯାଇପାରିବ ନାହିଁ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଖେଳ ଏବେ ବି ଚାଲିଛି। ସୂଚନାଯୋଗ୍ୟ, ଗ୍ରାଣ୍ଡ ଆଲାଇନ୍ସରୁ ଅଲଗା ହେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନଡିଏରେ ଯୋଗ ଦେଇଛନ୍ତି। ଏହି ନୂତନ ସରକାରରେ ଭାଜପାରୁ ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଛି। ‘ହମ’ ଅଧ୍ୟକ୍ଷ ସନ୍ତୋଷ ସୁମନ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ନିର୍ଦଳୀୟ ବିଧାୟକ ସୁମିତ ସିଂ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ କ୍ୟାବିନେଟ ସମ୍ପ୍ରସାରଣ ପୂର୍ବରୁ ଜିତନ ରାମ ମାନ୍‌ଝୀ ଦୁଇଟି ମନ୍ତ୍ରୀ ପଦ ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri