Categories: ଜାତୀୟ

‘ମୁଁ ମୋର ରାମଙ୍କୁ ଭାଜପାକୁ ଉତ୍ସର୍ଗ କରିବି ନାହିଁ’, କଂଗ୍ରେସ କାହିଁକି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେଲାନାହିଁ କହିଲେ ଥରୁର

ନୂଆଦିଲ୍ଲୀ,୫।୨: କଂଗ୍ରେସ ନେତା ଶଶି ଥରୁର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ଦଳର ବରିଷ୍ଠ ନେତୃତ୍ୱଙ୍କ ଅଂଶଗ୍ରହଣ ନକରିବା ଉପରେ ମନ୍ତବ୍ୟ ଦେଇଛନ୍ତି। ଥରୁର କହିଛନ୍ତି ଯେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିବାରୁ ଏହାର ଅର୍ଥ ନୁହେଁ ଯେ ସେ ପ୍ରଭୁ ରାମଙ୍କୁ ଭାଜପା ପାଇଁ ଛାଡିଛନ୍ତି।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ଥରୁର କହିଛନ୍ତି, “ଯେହେତୁ ପିଲାଦିନରୁ ରାମଙ୍କ ନିକଟରେ ପ୍ରାର୍ଥନା କରିଆସୁଛି, ମୁଁ ମୋର ରାମଙ୍କୁ ଭାଜପାକୁ ଉତ୍ସର୍ଗ କରିବି ନାହିଁ। ମୁଁ ଭାବୁ ନାହିଁ ଯେ ରାମ କିମ୍ବା ଅନ୍ୟ ଦେବତାମାନଙ୍କ ଉପରେ ଭାଜପାର କପିରାଇଟ୍ ଅଛି।”

ସୂଚନାଯୋଗ୍ୟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ ଏବଂ ଅଧୀର ରଞ୍ଜନ ଚୌଧୁରୀ ସମେତ ବରିଷ୍ଠ କଂଗ୍ରେସ ନେତାମାନେ ଘୋଷଣା କରିଥିଲେ କି ସେମାନେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେନାହିଁ, କାରଣ ଏହା ଆରଏସଏସ ଏବଂ ଭାଜପାର କାର୍ଯ୍ୟକ୍ରମ।

ତେବେ ଅଯୋଧ୍ୟାର ରାମ ମନ୍ଦିର ଯିବା ପାଇଁ ସମୟ ସେ ନିଜେ ସ୍ଥିର କରିବେ। ଏହାର ରାଜନୀତି ସହିତ କୌଣସି ସମ୍ପର୍କ ନାହିଁ, କାରଣ ମୁଁ ପ୍ରାର୍ଥନା କରିବା ପାଇଁ ମନ୍ଦିର ଯାଇଥାଏ, ରାଜନୀତି ପାଇଁ ନୁହେଁ।

Share