Posted inଜାତୀୟ

ସଂସଦର ଶିଢ଼ିରୁ ଖସିପଡ଼ିଲେ ଥରୁର: ବାମ ଗୋଡ଼ରେ ଲାଗିଛି ଆଘାତ

ନୂଆଦିଲ୍ଲୀ,୧୬।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଦୁର୍ଘଟଣାର ଶିକାର ହୋଇଛନ୍ତି। ସଂସଦର ଶିଢ଼ିରୁ ଖସିପଡ଼ି ତାଙ୍କର ବାମ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଥରୁର ଶୁକ୍ରବାର  ଗୃହ କାର୍ଯ୍ୟରେ ଯୋଗଦେଇପାରିନାହାନ୍ତି। ବର୍ତ୍ତମାନ ସେ ଦିଲ୍ଲୀରେ ବିଶ୍ରାମ କରୁଛନ୍ତି। ଶୁକ୍ରବାର ଟୁଇଟରରେ ଏକ ଫଟୋ ଶେୟାର କରି ଶଶି ଥରୁର ଏହି ସୂଚନା ଦେଇଛନ୍ତି। ଉକ୍ତ ଫଟୋରେ ଥରୁର ଶୋଇଥିବା ବେଳେ ତାଙ୍କ ଗୋଡ଼ରେ ବ୍ୟାଣ୍ଡେଜ୍‌ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲୁଛି। ଗୁରୁବାର ସଂସଦରେ ସାମିଲ ହେବା ପାଇଁ ଥରୁର ଯାଉଥିବା ବେଳେ ଶିଢ଼ିର ଏକ ଷ୍ଟେପ୍‌ ଛାଡ଼ି ତଳକୁ ଓହ୍ଲାଇପଡ଼ିଥିଲେ। ଫଳରେ ତାଙ୍କ ବାମ ଗୋଡ଼ରେ ଜୋରରେ ଆଘାତ ଲାଗିଥିଲା। କିଛି ଘଣ୍ଟା ପର୍ଯ୍ୟନ୍ତ ସେ ଏହାକୁ ଅଣାଦେଖା କରିଥିଲେ। ହେଲେ ଯନ୍ତ୍ରଣା ବଢ଼ିଯିବାରୁ ଶେଷରେ ତାଙ୍କୁ ହସ୍ପିଟାଲ ଯିବାକୁ ପଡ଼ିଥିଲା। ବର୍ତ୍ତମାନ ସେ ଚାଲିପାରୁ ନ  ବେଳେ ଶୁକ୍ରବାର ଗୃହ କାର୍ଯ୍ୟରେ ସେ ଯୋଗଦେଇପାରି ନାହାନ୍ତି। ଏତଦ୍‌ ବ୍ୟତୀତ ସେ ନିଜର ନିର୍ବାଚନମଣ୍ଡଳୀ ଗସ୍ତ ଯୋଜନା ମଧ୍ୟ ବାତିଲ କରିଥିବା ସମସ୍ତଙ୍କୁ ଜଣାଇଛନ୍ତି। ସୂଚନା ମୁତାବକ, ଥରୁର କେରଳର ଥିରୁଭାନନ୍ତମପୁରମର  ଏମ୍‌ପି ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାର ପ୍ରଥମ ପ୍ରାର୍ଥୀ ତାଲିକାର ୧୦୫ ଜଣଙ୍କ ମଧ୍ୟରୁ ୨୫ଙ୍କ ବିରୋଧରେ ଅପରାଧିକ ମାମଲା…

ଲକ୍ଷ୍ନୌ, ୧୮।୧ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ମୋଟ ୧୦୫ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ...

ପାକ୍‌ ରଚୁଛି ସାଂଘାତିକ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୭ା୫: ସାରା ବିଶ୍ୱ ଏବେ ଭୟଙ୍କର ମହାମାରୀ କୋଭିଡ୍‌-୧୯ ବିରୋଧରେ ଲଢ଼ୁଥିବା ବେଳେ ପାକିସ୍ତାନର ଏଥିପ୍ରତି ଭ୍ରୂକ୍ଷେପ ନାହିଁ। ଏହା ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି ଲାଗି...

ଖାଲି ପାଦରେ ବିଧାନସଭା ଆସିଲେ ଦେବେ ଗୌଡାଙ୍କ ପୁଅ

ବେଙ୍ଗାଲୁରୁ,୧୮।୭: କର୍ନାଟକର ମନ୍ତ୍ରୀ ଏଚ୍‌ଡି ରେଭାନ୍ନା ଗୁରୁବାର ଖାଲି ପାଦରେ ବିଧାନସଭା ଆସିଥିବା ଦେଖିବାକୁ ମିଳିଛି। ଏବେ ତାଙ୍କର ସେହି ସମୟର ଏକ ଫଟୋ ଭାଇରାଲ...

ଜିଦ୍‌ରେ ଅଡି ବସିଛନ୍ତି କୃଷକ ନେତା !

ନୂଆଦିଲ୍ଲୀ,୨ ।୨: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ବି କୃଷକଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ସମୟରେ...

ରାସ୍ତାରେ ଝାଡ଼ୁ ମାରିବା ପୂର୍ବରୁ ପାଣି ଛିଞ୍ଚ

ନୂଆଦିଲ୍ଲୀ, ୫।୧୨(ପି.ଟି.): ଅତ୍ୟଧିକ ବାୟୁ ପ୍ରଦୂଷଣ ହୋଇଥିବା ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ର ସମସ୍ତ ମ୍ୟୁନିସିପାଲ କର୍ପୋରେଶନ ସମେତ ଅନ୍ୟ ସହରଗୁଡ଼ିକରେ ରାସ୍ତା ଝାଡ଼ୁ...

ଓମିକ୍ରନ୍‌ର ନୂଆ ସବ୍‌ ଭାରିଆଣ୍ଟ ଚିହ୍ନଟ, ୭ ପଜିଟିଭ୍‌

ମୁମ୍ବାଇ,୨୯।୫: ଦେଶରେ ଏବେ କରୋନା ସାମାନ୍ୟ ନିୟନ୍ତ୍ରଣରେ ଥିଲେ ବି ଏହାର ପ୍ରକୋପ କମିନାହିଁ। ଏବେ ବି ଅନେକ ମାମଲା ଚିହ୍ନଟ ହେଉଛନ୍ତି। ଏହାରି ଭିତରେ...

କଂଗ୍ରେସରେ ବିରୋଧର ସ୍ବର

ନୂଆଦିଲ୍ଲୀ, ୨୮।୨: ବିଭିନ୍ନ ନିର୍ବାଚନରେ କଂଗ୍ରେସ କ୍ରମାଗତ ଭାବେ ଖରାପ ପ୍ରଦର୍ଶନ କରିଆସୁଛି। ଏହାର ସମୀକ୍ଷା ପାଇଁ ଗତବର୍ଷ ଅଗଷ୍ଟରେ ଦଳର ୨୩ ଜଣ ଅସନ୍ତୁଷ୍ଟ...

ବୋବ୍‌ଡେଙ୍କୁ ୫୧୦ ଆଇନ ଛାତ୍ରୀଛାତ୍ରଙ୍କ ଚିଠି: ଦୋଷୀ ଅଧିକାରୀଙ୍କ ବିରୋଧରେ ହେଉ ଦୃଢ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୮।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାରେ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କୁ ୫୧୦ଜଣ ଆଇନ ଛାତ୍ରୀଛାତ୍ର ଚିଠି ଲେଖିଛନ୍ତି। ଏହି ମାମଲାରେ ଦୋଷୀ ଅଧିକାରୀଙ୍କ ବିରୋଧରେ...

Advertisement
Archives

Model This Week