କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସ ଏମ୍‌ପିଙ୍କ ପରଲୋକ…

ନୂଆଦିଲ୍ଲୀ,୧୬।୫: କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସର ରାଜ୍ୟସଭା ଏମ୍‌ପି ରାଜୀବ ସାତଭ୍‌ଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ଏସମ୍ପର୍କରେ କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁର୍ଜଓ୍ବୋଲା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଏପ୍ରିଲ୍‌ ୨୨ରେ ରାଜୀବଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ କିଛି ଦିନ ଧରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ହସ୍ପିଟାଲ ସୂତ୍ରରୁ ପ୍ରକାଶ। ସେ ୧୯୭୪ ସେପ୍ଟମ୍ବର ୨୧ରେ ମହାରାଷ୍ଟ୍ରର ପୁଣେଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ ମହାରାଷ୍ଟ୍ର ବିଧାନସଭା ସଦସ୍ୟ ଥିଲେ। ୨୦୧୪ରେ ହିଙ୍ଗୋଲି ଲୋକସଭା ଆସନରୁ ସେ ବିଜୟୀ ହୋଇଥିଲେ। ୨୦୨୦ରେ ସେ ରାଜ୍ୟସଭା ଏମ୍‌ପି ଭାବେ କାର୍ଯ୍ୟ କରୁଥିଲେ।

Share