Categories: ଜାତୀୟ

କଂଗ୍ରେସ ବିଧାୟକଙ୍କ ପୁଅଙ୍କ ନାମରେ ନାବାଳିକା ବଳାତ୍କାର ମାମଲା

ଜୟପୁର,୨୭।୩: କଂଗ୍ରେସ ବିଧାୟକଙ୍କ ପୁଅଙ୍କ ସମେତ ୫ ଜଣ ୧୫ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରିଛନ୍ତି। ରାଜସ୍ଥାନର ଦାଉସା ଜିଲାରେ ଏଭଳି ଘଟଣା ଘଟିଥିବା ପୋଲିସ ଅଧିକାରୀ କହିଛନ୍ତି।

ପୋଲିସ ମୁଖ୍ୟ ଅଭିଯୁକ୍ତ ଦୀପକ ମୀନାଙ୍କୁ ଚିହ୍ନଟ କରିଛି। ସେ ଅଲଓ୍ବାର ଜିଲାର ରାଜଗଡ଼ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଥିବା ଜୋହରି ଲାଲ ମୀନାଙ୍କ ନୁଅ। ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ବିବେକ ଶର୍ମାଙ୍କ ନାମରେ ବଳପୂର୍ବକ ଟଙ୍କା ହଡପ କରିବା ମାମଲା ରୁଜୁ କରାଯାଇଛି। ସେ ଗଣବଳାତ୍କାର ଭିଡିଓ ଭାଇରାଲ ଧମକ ଦେଇ ପୀଡ଼ିତାଙ୍କଠାରୁ ୧୫ ଲକ୍ଷ ଟଙ୍କା ଏବଂ ସୁନାଅଳଙ୍କାର ନେଇଥିଲେ। ତାଙ୍କ ସମେତ ୫ ଅଭିଯୁକ୍ତଙ୍କ ନାମରେ ଗଣ ବଳାତ୍କାର ଏବଂ ପୋକ୍‌ସୋ ଆଇନରେ ମାମଲା ରୁଜୁ କରାଯାଇଛି ବୋଲି ଏସ୍‌ଏଚ୍‌ଓ ନାଥୁ ଲାଲ କହିଛନ୍ତି।

ଘଟଣାଟି ଫେବୃୟାରୀରେ ଘଟିଥିଲା। ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ମାହଓ୍ବା-ମାଣ୍ଡାଓ୍ବାର ରୋଡ୍‌ସ୍ଥିତ ଏକ ହୋଟେଲକୁ ନେଇ ଅପରାଧ ଘଟାଇଥିଲେ। ସେମାନେ ଅପରାଧର ଭିଡିଓ କରିବା ସହ ଭାଇରାଲ କରିବାକୁ ଧମକ ଦେଉଥିଲେ। ତେବେ ଘରୁ ଟଙ୍କା ଏବଂ ଅଳଙ୍କାର ନିଖୋଜ ହେବା ପରେ ପୀଡ଼ିତାଙ୍କ ପରିବାର ଲୋକେ ଥାନାରେ ଚୋରି ଅଭିଯୋଗ କରିଥିଲେ। ଏହାର ତଦନ୍ତ ପରେ ବିବେକ ଶର୍ମାଙ୍କ ସମ୍ପୃକ୍ତି ଜଣାପଡ଼ିଥିଲା। ଏହାପରେ ପୀଡ଼ିତା ବଳାତ୍କାର ସମ୍ପର୍କରେ ଘର ଲୋକଙ୍କୁ କହିଥିଲେ ବୋଲି ଏସ୍‌ଏଚ୍‌ଓ କହିଛନ୍ତି।

Share