Categories: ଜାତୀୟ

ଗୋଟିଏ ଦିନ ପୂର୍ବରୁ କରିଥିଲେ ଦଳ ପାଇଁ ପ୍ରଚାର, ଆଜି ଛାଡିଲେ ହାତ

ଭୋପାଳ,୨୪।୧୦: ମଧ୍ୟପ୍ରଦେଶରେ କଂଗେସକୁ ଏକ ବଡ଼ ଝଟ୍‌କା ଲାଗିଛି। ରବିବାର ବଡବାହର କଂଗ୍ରେସ ବିଧାୟକ ସଚିନ ବିର୍ଲାଙ୍କ କଂଗ୍ରେସ ବିଧାୟକ ଦଳ ଛାଡି ଭାଜପାରେ ଯୋଗ ଦେଇଛ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ସେ ବଡବାହରେ ଭାଜପାରେ ସାମିଲ ହୋଇଥିଲେ।
ସୂଚନାଯୋଗ୍ୟ, ବିର୍ଲା ଏହି ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି କାହାକୁ କହି ନ ଥିଲେ। ଶନିବାର ସା ପର୍ଯ୍ୟନ୍ତ ସେ ଖଣ୍ଡୱା ଲୋକ ସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର ଜାରି ରଖିଥିଲେ ଏବଂ ରବିବାର ସକାଳେ ଭାଜପାରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ, ଅକ୍ଟୋବର ୩୦ରେ ଖଣ୍ଡୱା ଲୋକ ସଭା ଆସନ ଏବଂ ତିନୋଟି ବିଧାନସଭା ଆସନ ପାଇଁ ଉପ-ନିର୍ବାବାଚନ ଅନୁଷ୍ଠିତ ହେଉଛି। ଏହାକୁ ନେଇ କଂଗ୍ରେସ ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ କହିଛନ୍ତି, କଂଗ୍ରେସ ବିଧାୟକ ସଚିନ ବିର୍ଲା ଭାଜପାରେ ଯୋଗଦେବା- ‘ବିକ୍ରୟ ସାମଗ୍ରୀ ବିକ୍ରି ହେବ ଏବଂ ସ୍ଥାୟୀ ଦ୍ରବ୍ୟ ବଞ୍ଚିବ’ ବୋଲି କହିଛନ୍ତି।

Share