Categories: ଜାତୀୟ

କଂଗ୍ରେସ ବିଧାୟକ ରାଜେନ୍ଦ୍ର ସିଂ ଚାଷୀଙ୍କ ପଗଡ଼ିକୁ ଗୋଇଠା ମାରିଲେ, ସୋସିଆଲ ମିଡ଼ିଆରେ ଭାଇରାଲ…

ଜୟପୁର,୧୭।୧୦ : ରାଜସ୍ଥାନର ବେଙ୍ଗୁ ବିଧାୟକ ରାଜେନ୍ଦ୍ର ସିଂ ବିଧୁଡି ଜଣେ ଚାଷୀଙ୍କ ପଗଡ଼ିକୁ ଗୋଇଠା ମାରିଛନ୍ତି।ଏlବେଏହାର ଭିିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି ଚାଷୀ ଜଣକ ବିଧାୟକଙ୍କ ଗୋଡ ତଳେ ନିଜ ପଗଡ଼ି ରଖି ଦେଇଥିଲେ। ତେବେ ବିଧାୟକ ଏହାକୁ ଗୋଡରେ ଗୋଇଠା ମାରିଥିଲେ।

ଚାଷୀ ଜଣକ ନିଜ ପୁଅ ପାଇଁ ଚାକିରି ମାଗିବାକୁ ବିଧାୟକଙ୍କ ପାଖକୁ ଯାଇଥିଲେ। ମାତ୍ର ବିଧାୟକ ତାଙ୍କ ପଗଡ଼ିକୁ ଗୋଇଠା ମାରି ଅପମାନିତ କରିଥିଲେ।

ଏହି ଭିଡ଼ଓ ଏକ ହୋଟେଲର ବୋଲି କୁହାଯାଉଛି। ବିଧାୟକ ଏଭଳି କରିବା ସମୟରେ ବହୁ ଲୋକ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳୁଛି।

 

Share