Categories: ଜାତୀୟ

କଂଗ୍ରେସ ପ୍ରବକ୍ତାଙ୍କ ଘୋର ଆପତ୍ତି ଜନକ ବୟାନ

କଲବୁର୍ଗି,୧୩ ।୮: ଦେଶରେ ପୁଣିଥରେ ମହିଳାଙ୍କୁ ନେଇ ଆପତ୍ତି ଜନକ ବୟାନ ସାମନାକୁ ଆସିଛି । ଏଥର କର୍ନାଟକର ପ୍ରଦେଶ କଂଗ୍ରେସ କମିଟି ପ୍ରବକ୍ତା ଓ ବିଧାୟକ ପ୍ରିୟାଙ୍କ ଖଡଗେ ଏହି ବୟାନ ଦେଇଛନ୍ତି । ବିଧାୟକ ପ୍ରିୟାଙ୍କ ଖଡଗେ ତାଙ୍କ ବୟାନରେ ରାଜ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱ ସରକାରଙ୍କ ଉପରେ ଗମ୍ଭିର ଅଭିଯୋଗ ଆଣିଛନ୍ତି । ସେ କହଛନ୍ତି, ରାଜ୍ୟରେ ସରକାରୀ ଚାକିରି ପାଇଁ ପୁରୁଷଙ୍କୁ ଟଙ୍କା ଦେବାକୁ ପଡୁଛି ଓ ଯୁବତୀମାନଙ୍କୁ କାହାସହ ଶୋଇବାକୁ ପଡୁଛି ।
କଂଗ୍ରେସର ପ୍ରଦେଶ ପ୍ରବକ୍ତା ଓ ବିଧାୟକ ଖଡଗେ ବେକାରୀ ସମସ୍ୟାକୁ ନେଇ ଭାଜପା ନେତୃତ୍ୱରେ ଥିବା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବାକୁ ପ୍ରୟାସ କରୁଥିଲେ । ଏତିକି ବେଳେ ସେ ଏହି ଘୋର ଆପତ୍ତିଜନକ ବୟାନ ଦେଇଛନ୍ତି । ଏହାସହ ଖଡଗେ ନିଯୁକ୍ତି ଘୋଟାଲର ଆଇନଗତ ଯାଞ୍ଚ ଅଥବା ବିଶେଷ ଯାଞ୍ଚ ଦଳ(ଏସଆଇଟି) ଦ୍ୱାରା ଯାଞ୍ଚ କରିବାକୁ ଦାବି କରିଛନ୍ତି ଓ ସରକାର ଫାଷ୍ଟ ଟ୍ରାକ କୋର୍ଟ କରନ୍ତୁ ବୋଲି ଦାବି କରିଛନ୍ତି ।

Share