Posted inଜାତୀୟ

ଭାଜପା ୫୦ ଆସନରେ ଜିତିଲେ ମୁହଁକଳା କରିବେ ବୋଲି କହିଥିଲେ, ଏବେ କଥା ରଖିବେ କଂଗ୍ରେସ ବିଧାୟକ

ଭୋପାଳ,୫।୧୨: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ୫୦ ସିଟ୍‌ରେ ଜିତିଲେ ମୁହଁକଳା କରିବେ ବୋଲି କହିଥିଲେ କଂଗ୍ରେସ ବିଧାୟକ ଫୁଲ ସିଂ ବରେୟା। ଏବେ ତାହା ହୋଇଥିବା ଯୋଗୁ ସେ ତାଙ୍କର ପ୍ରତିଜ୍ଞାକୁ ପାଳନ କରିବେ ବୋଲି କହି ଚର୍ଚ୍ଚାକୁ ଆସିଛନ୍ତି। ରାଜ୍ୟର ଦତ୍ତିଆ ଜିଲାର ଭନ୍ଦର ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିବା ଫୁଲ ସିଂ ଡିସେମ୍ବର ୭ ଅପରାହ୍ନ ୨ଟାରେ ରାଜଭବନ ସମ୍ମୁଖରେ ମୁହଁ କଳା କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ଏକ ନ୍ୟୁଜ ଏଜେନ୍ସିକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ବିଧାୟକ କହିଛନ୍ତି, ‘ମୁଁ ମୋର ପ୍ରତିଜ୍ଞାରେ ଅଟଳ। ତଥାପି ମୁଁ ଏହା ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଯଦି ନିର୍ବାଚନ ଆୟୋଗ ନିରପେକ୍ଷ ଭାବେ ନିର୍ବାଚନ କରାନ୍ତି ତେବେ ଲିଖିତ ଭାବେ କହିପାରେ ଯେ ରାଜ୍ୟରେ ଭାଜପା ପାଖରେ ୫୦ ବିଧାୟକଙ୍କୁ ଜିତାଇବା ଲାଗି ପର୍ଯ୍ୟାପ୍ତ ଭୋଟ୍‌ ନାହିଁ। ଯଦି ଦେଶ, ଗଣତନ୍ତ୍ର ଏବଂ ସମ୍ବିଧାନକୁ ବଞ୍ଚାଇବା ଲାଗି ରକ୍ତ ଝରାଇ ମୁହଁକୁ ଲାଲ କରିବାକୁ ପଡେ ତେବେ ଆମେ କରିବୁ। ମୁଁ ଡିସେମ୍ବର ୭ରେ ପ୍ରତିଶ୍ରୁତି ପୂରଣ କରିବି।’

କହିରଖୁଛୁ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ବହୁମତ ହାସଲ କରିଛି। ରାଜ୍ୟର ୨୩୦ ଆସନରୁ ଭାଜପା ହାତକୁ ଯାଇଛି ୧୬୩ ଆସନ। ସେହିଭଳି କଂଗ୍ରେସ ମାତ୍ର ୬୬ ଆସନରେ ସନ୍ତୁଷ୍ଟ ହୋଇଛି। ଏବେ ଭାଜପା ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ବେଳେ କଂଗ୍ରେସ ବିଧାୟକଙ୍କ ଏଭଳି ମନ୍ତବ୍ୟ ଚର୍ଚ୍ଚାର ପରିସରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri