କରୋନାରେ ଏହି କଂଗ୍ରେସ ବିଧାୟକଙ୍କ ପରଲୋକ

ବେଙ୍ଗାଲୁରୁ, ୨୪।୯: କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା କର୍ନାଟକର କଂଗ୍ରେସ ବିଧାୟକ ବି. ନାରାୟଣ ରାଓଙ୍କର ଗୁରୁବାର ଅପରାହ୍ନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ମଣିପାଲ ହସ୍ପିଟାଲ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ‘କର୍ନାଟକ ବିଦର ଜିଲାର ବସବ କଲ୍ୟାଣ ନିର୍ବାଚନ ମଣ୍ଡଳୀର ବିଧାୟକ ନାରାୟଣ ରାଓଙ୍କୁ ସେପ୍ଟେମ୍ବର ୧ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ଅପରାହ୍ନ ୩ଟା ୫୫ରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଅନେକ ଅଙ୍ଗ ଅକାମୀ ହୋଇଯାଇଥିଲା। ଯାହା ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ବୁଧବାର ରାତିରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ରେଳ ରାଷ୍ଟମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କର କରୋନାରେ ପରଲୋକ ଘଟିଥିଲା। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।

Share