Categories: ଜାତୀୟ

କଂଗ୍ରେସ ଲଞ୍ଚ କରିପାରେ ‘ଭାରତ ଯୋଡୋ ଯାତ୍ରା’ର ଲୋଗୋ, କ୍ୟାମ୍ପେନ

ନୂଆଦିଲ୍ଲୀ,୨୩ ।୮: ରାଜଧାନୀ ଦିଲ୍ଲୀରେ କଂଗ୍ରେସ ମଙ୍ଗଳବାର ‘ଭାରତ ଯୋଡୋ ଯାତ୍ରା’ର ଲୋଗୋ, କ୍ୟାମ୍ପେନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । କଂଗ୍ରେସ ପାର୍ଟି ମୁଖ୍ୟାଳୟରେ ଦିନ ପ୍ରାୟ ୧୨ଟାରେ ହେବାକୁ ଥିବା ପ୍ରେସ କନଫରେନ୍ସରେ କଂଗ୍ରେସର କେତେଜଣ ବଡ ବଡ ନେତା ଉପସ୍ଥିତ ରହିବେ । କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯିବ । ଏହି ସମୟରେ ଏହି ପଦଯାତ୍ରା ୧୨ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ଯିବ ।
ସୂଚନାଯୋଗ୍ୟ, ‘ଭାରତ ଯୋଡୋ ଯାତ୍ରା’କୁ ନେଇ ସୋମବାର ଦିଲ୍ଲୀର କନଷ୍ଟିଚ୍ୟୁଶନ କ୍ଲବ ଅଫ ଇଣ୍ଡିଆରେ ସାରା ଦେଶର ସିଭିଲ ସୋସାଇଟିର ପ୍ରତିନିଧି ଓ କେତେଜଣ ନାମୀଦାମୀ ବ୍ୟକ୍ତି ବିଶେଷଙ୍କ ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ବୈଠକ କରିଥିଲେ । ଏଥିରେ ‘ସ୍ୱରାଜ ଇଣ୍ଡିଆ’ର ଯୋଗେନ୍ଦ୍ର ଯାଦବ ଓ ଅନ୍ୟ କେତେଜଣ ସାମାଜିକ କର୍ମୀ ଓ ବେସରକାରୀ ସଙ୍ଗଠନର ଲୋକେ ବୈଠକରେ ସାମିଲ ହୋଇଥିଲେ ।
କଂଗ୍ରେସର ଏହି ଐତିହାସିକ ଯାତ୍ରା ୭ ସେପ୍ଟେମ୍ବରରୁ ଆରମ୍ଭ କରାଯିବ । ଏହାର ଶୁଭାରମ୍ଭ ତାମିଲନାଡୁର କନ୍ୟାକୁମାରୀରୁ ହେବ ଓ ଏହା ୩୫୦୦ କିଲୋମିଟର ଦୂର କଶ୍ମୀରରେ ଶେଷ ହେବ । କଂଗ୍ରେସ କହିଛି ଏହି ଯାତ୍ରାରେ ସାମାଜିକ ସଙ୍ଗଠନର ପ୍ରତିନିଧି ଓ ସମାନ ବିଚାରଧାରାର ଲୋକେ ସାମିଲ ହୋଇ ପାରିବେ ।

Share