Categories: ଜାତୀୟ

ଲଖିମପୁର ଖେରି ହିଂସା: ରାଷ୍ଟ୍ରପତିଙ୍କୁ ଭେଟିବେ କଂଗ୍ରେସ ପ୍ରତିନିଧି ମଣ୍ଡଳ, ଉପସ୍ଥିତ ରହିବେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ,୧୩ ।୧୦: ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାକୁ ନେଇ ବୁଧବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ପ୍ରତିନିଧି ମଣ୍ଡଳ ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସକାଳ ୧୧ଟା ୩୦ରେ ଏମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରିବେ । ଏହି ସମୟରେ ଲଖିମପୁର ଖେରି ଘଟଣାର ତଥ୍ୟ ସହ ସମ୍ପୃକ୍ତ ଏକ ସ୍ମାରକପତ୍ର ପ୍ରଦାନ କରିବେ । କଂଗ୍ରେସର ଏହି ପ୍ରତିନିଧି ମଣ୍ଡଳରେ ରାହୁଲ, ପ୍ରିୟଙ୍କାଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖଡଗେ, ବରିଷ୍ଠ ନେତା ଏକେ ଆଣ୍ଟୋନି, ଗୁଲାମ ନବି ଆଜାଦ, ଅଧିର ରଞ୍ଜନ ଚୌଧୁରି ଓ କେସି ବେଣୁଗୋପାଳ ପ୍ରମୁଖ ରହିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର ଗାଡି ମଡାଇ ଦେବାରୁ ୮ ଜଣଙ୍କ ମୃତ୍ୟୁ ଘଟଣା ଏବେ ସାରା ଦେଶର ରାଜନୀତିକୁ ଦୋହଲାଇ ଦେଇଛି ।

Share