କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା

ଯାଜପୁର ସଦର,୪।୪(ଡି.ଏନ.ଏ.): କେନ୍ଦ୍ର ସରକାରଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଲୋକସଭା ସଭ୍ୟପଦ ରଦ୍ଦ ଏକ ଅଗଣତାନ୍ତ୍ରିକ ବ୍ୟବସ୍ଥା। ଏହାକୁ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି। ଯାଜପୁର ବ୍ଲକ କଂଗ୍ରେସର ସଭାପତି ଗଦାଧର ଦାସଙ୍କ ନେତୃତ୍ୱରେ ବରୁଆଁଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ସନ୍ତୋଷ ନନ୍ଦ ଓ ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସଂଗ୍ରାମ ସାହାଣୀ, ଜିଲା ଦଳିତ ସେଲ ସଭାପତି ଦୁର୍ଯ୍ୟୋଧନ ବେହେରା ପ୍ରମୁଖ କେନ୍ଦ୍ର ସରକାରଙ୍କ ଅଗଣତାନ୍ତ୍ରିକ ବ୍ୟବସ୍ଥାକୁ ବିରୋଧ କରିଛନ୍ତି ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଦାନୀ କମ୍ପାନୀର ସମ୍ପର୍କକୁ ନେଇ ସେମାନେ ବିଭିନ୍ନ ପ୍ରଶ୍ନ ଉଠାଇଥିଲେ । ନରେନ୍ଦ୍ର ମୋଦି ଦେଶରେ ବସବାସ କରୁଥିବା ୧୪୦ କୋଟି ଲୋକଙ୍କ ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରି ମାତ୍ର ୪୦ ଜଣ ଧନୀବ୍ୟକ୍ତି ବା କମ୍ପାନୀ ଅହେତୁକ ଅନୁକମ୍ପା ପ୍ରଦର୍ଶନ ନିଷ୍ପତିକୁ ଘୋର ବିରୋଧ କରିଥିଲେ । ଏଥିପାଇଁ ସାଧାରଣ ଲୋକଙ୍କ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି ଯଥା ପେଟ୍ରୋଲ, ଡିଜେଲ ର ଦର ଗତ ୭ ବର୍ଷ ମଧ୍ୟରେ ଦୁଇ ଗୁଣା ବଢ଼ିଛି। ଜାଳେଣି ଗ୍ୟାସ ସିଲିଣ୍ଡର୍‌ ୩୫୦ ଟଙ୍କାରୁ ବୃଦ୍ଧି ପାଇ ୧୨୦୦ ଟଙ୍କାକୁ ଛୁଇଁବାକ ବସିଛି। ଖାଇବା ତେଲ, ମସଲା ଚାରି ଗୁଣା ବୃଦ୍ଧି ପାଇଛି। ବିଦେଶରେ ଥିବା କଳାଟଙ୍କାକୁ ଫେରାଇ ଆଣି ପ୍ରତ୍ୟେକ ବ୍ୟକ୍ତିର ଆକାଉଣ୍ଟ ରେ ୧୫ ଲ ଟଙ୍କା ଜମା କରିବା ପରିବର୍ତ୍ତେ ବଡ ବଡ ବ୍ୟବସାୟୀଙ୍କୁ ସୁରକ୍ଷା ଯୋଗାଇ ଦେବା।ଦେଶ ସ୍ବାଧୀନ ହେବା ଠାରୁ କୌଣସି ର୍ନିବାଚିତ ପ୍ରତିନିଧିଙ୍କୁ ମାନହାନି ମୋକଦ୍ଦମା ରେ ସର୍ବାଧିକ ଦୁଇ ବର୍ଷ କାରାଦଣ୍ଡାଦେଶ ନଥିବସ୍ତଳେ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରୋଶମୂଳକ ପଦକ୍ଷେପ ଅତ୍ୟନ୍ତ ନିନ୍ଦନୀୟ ବୋଲି ପ୍ରକାଶ କରିଥିଲେ। ଭାରତର ପ୍ରଧାନମନ୍ତ୍ରୀ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି। ଏହାର ପ୍ରତିବାଦରେ ଆସନ୍ତା ୧୫ ରେ କଂଗ୍ରେସ ଦଳ ପକ୍ଷରୁ ବଡ ଧରଣର ଆନ୍ଦୋଳନ ସହ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯିବ ବୋଲି ବ୍ଲକ କଂଗ୍ରେସର ସଭାପତି ଦାସ ସୂଚନା ଦେଇଛନ୍ତି।