କହିଦେଲେ ତାରା, ମୁଁ ସେଦିନ ମାରପିଟ୍ ମୁଡରେ ନଥିଲି, ନ ହେଲେ…

ଭୁବନେଶ୍ୱର,୧୩।୩: ଆରମ୍ଭରୁ ବିଧାନସଭାରେ ମୁହାଁମୁହିଁ ହେଲେ ଶାସକ ବିରୋଧୀ। ଗୃହ ମଧ୍ୟଭାଗକୁ ଆସି ବିରୋଧୀ ପ୍ରବଳ ହଟ୍ଟଗୋଳ କଲେ। ଉଭୟ ବିଜେଡି-କଂଗ୍ରେସ ମିଶି ଏମିତି ପ୍ରତିବାଦ କଲେ ଯେ ବାଚସ୍ପତିଙ୍କୁ ଦୁଇ ଦୁଇ ଥର ଗୃହକୁ ମୁଲତବୀ ରଖିବାକୁ ପଡିଥିଲା। ପୋଲାଭରମ ପ୍ରସଙ୍ଗ ଆଲୋଚନା କରିବାକୁ ବିଜେଡି ଦାବି କରୁଥିବାବେଳେ ନାରୀ ର୍ନିଯାତନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କଲା କଂଗ୍ରେସ।

ତାରା  କହିଛନ୍ତି, ବିଧାନସଭାରେ ଜୟନାରାୟଣଙ୍କୁ କେବେ ମାରିଥିଲି ମୋର ମନେନାହିଁ। ତାଙ୍କର ପ୍ରଖର ସ୍ମରଣଶକ୍ତି। ସେ ମନେ ରଖିଥିବେ। ସରକାରଙ୍କର ମୋ ଉପରେ ଆଉ ମୋ ଦଳ ଉପରେ ଭାରି ଡର। ସେଥିପାଇଁ ସେ ଆମ ଉପରେ ଆକ୍ସନ ନେବାକୁ ବାଧ୍ୟ ହୋଇଛନ୍ତି। ତାଙ୍କର କେତେକ ମନ୍ତ୍ରୀ ଏବେ ଚାପରେ ଅଛନ୍ତି। ସେଦିନ ସେ ମୋର କଲର୍‌ ଧରିଥିଲେ। ହେଲେ ମୁଁ ମାଡପିଟ୍‌ ମୁଡ୍‌ରେ ନ ଥିଲି। ମୁଁ ମାରିଥିଲେ ଆଉ ରହି ନ ଥାନ୍ତେ।

କଂଗ୍ରେସ ସଦସ୍ୟ ବିଧାନସଭା ବୟକଟ କରି ଗୁରୁବାର ପୁଣି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। କଂଗ୍ରେସ ସଦସ୍ୟମାନେ ଆଜି ବି ପ୍ରଶ୍ନକାଳରେ ସାମିଲ ହୋଇନାହାନ୍ତି। କଳାପଟି ବାନ୍ଧି ଧାରଣାରେ ବସିଛନ୍ତି । ଏଥିରେ ସାମିଲ ହୋଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ତାରାଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ କଂଗ୍ରେସ ଆଜି ମଧ୍ୟ ଅଡ଼ି ବସିଛି।

କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତିଙ୍କୁ ବିଧାନସଭାରୁ ୭ ଦିନ ଲାଗି ନିଲମ୍ବନ ଘଟଣାକୁ ତାଙ୍କ ଦଳ ସହଜରେ ଗ୍ରହଣ କରିନାହିଁ। ଶାସକ ଭାଜପା ଗୃହରେ ଏନେଇ ଆଣିଥିବା ମୋଶନକୁ ଗୃହରେ ବାଚସ୍ପତି ଗ୍ରହଣ କରିବା ଘଟଣାକୁ କଂଗ୍ରେସ ତୀବ୍ର ବିରୋଧ କରିବା ଆରମ୍ଭ କରିଛି। ଏହାପରଠାରୁ କଂଗ୍ରେସ ସଦସ୍ୟମାନେ ଗୃହ କାର୍ଯ୍ୟକୁ ବୟକଟ୍‌କରି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଉଛନ୍ତି। ଅନ୍ୟପଟେ ଏହି ଘଟଣା ସମେତ ନାରୀ ନିର୍ଯାତନା ବିରୋଧରେ ଓ ନାରୀ ସଶକ୍ତୀକରଣକୁ ମୁଖ୍ୟ ପ୍ରସଙ୍ଗକରି ଆସନ୍ତା ୨୭ରେ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯିବ। ଏନେଇ ବୁଧବାର କଂଗ୍ରେସ ଭବନଠାରେ ଆୟୋଜିତ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତିି ହୋଇଛି। ଅନ୍ୟପଟେ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ତାରାଙ୍କ ବାସଭବନରେ ତାଙ୍କୁ ଭେଟି ସମର୍ଥନ ଦେଇ ଫେରିଛନ୍ତି। ଏହାପରେ ତାରା ମଧ୍ୟ ଅଧିକ ଉତ୍ସାହିତ ହୋଇଥିବା ଜଣାଇଛନ୍ତି। ସେହିପରି ଏହି ଘଟଣାରେ ରାଜ୍ୟର ଏକମାତ୍ର କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା ସଂସଦରେ ଉକ୍ତ ପ୍ରସଙ୍ଗ ଉଠାଇଛନ୍ତି। ସେ ପାର୍ଲାମେଣ୍ଟରେ କହିଛନ୍ତି, ରାଜ୍ୟ ବିଧାନସଭାରେ ନାରୀ ନିର୍ଯାତନା, ଅପରାଧ ପ୍ରସଙ୍ଗ ଉଠାଇବାରୁ ବିରୋଧୀଙ୍କୁ ଆକ୍ରମଣ କରାଯାଇଛି। ଏହା ଦୁର୍ଭାଗ୍ୟଜନକ ଘଟଣା ହୋଇଥିବା ବେଳେ ଏହାର ତଦନ୍ତ ଲାଗି ଏକ କମିଟି ଗଠନ କରିବାକୁ ସେ ଦାବି କରିଛନ୍ତି।
ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଭାରୀ ଲଲ୍ଲୁ ଓ ଅଖିଳ ଭାରତ କଂଗ୍ରେସ ସମ୍ପାଦିକା ରୋଜାଲୀନା ତିର୍କୀ ଯୋଗଦେଇଥିଲେ। ବୈଠକ ପରେ ଲଲ୍‌ୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟରେ ୮ ମାସ ହେଲା ଚାଲିଥିବା ଭାଜପା ସରକାର ଅମଳରେ ବହୁ ମାତ୍ରାରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିଚାଲିଛି। ଗୃହରେ ଏହି ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ପ୍ରଶ୍ନ କରୁଥିବାବେଳେ ତାରା ବାହିନୀପତିଙ୍କୁ ଗାଳିଦେଇ, ମାଡ଼ ମାରି ଶେଷରେ ନିଲମ୍ବିତ କରିଦିଆଗଲା। ଭାଜପା ଦିଲ୍ଲୀ ସମେତ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଗଣତନ୍ତ୍ରର ହତ୍ୟା କରିଛି। ବୈଠକରେ କଂଗ୍ରେସର ସବୁ ନେତା ନିଷ୍ପତ୍ତି କଲେ ମହିଳାଙ୍କ ଅସ୍ମିତା ପାଇଁ ୨୭ରେ ବିଧାନସଭା ଘେରାଉ କରାଯିବ। ଭକ୍ତ ଚରଣ ଦାସ କହିଛନ୍ତି, ଓଡ଼ିଶାରେ ନାରୀଙ୍କ ପ୍ରତି ଅତ୍ୟାଚାର ଓ ଶିଶୁଙ୍କ ଉପରେ ଯାୈନ ଶୋଷଣ ସୀମା ଲଙ୍ଘିଛି। କଂଗ୍ରେସ ଏହାକୁ ଗୁରୁତ୍ୱର ସହ ନେଇ ରାଜ୍ୟବ୍ୟାପୀ ଜିଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇଛି। ବିଧାନସଭା ଭିତରେ କଂଗ୍ରେସର ବିଧାୟକମାନେ ଏହାର ପ୍ରତିବାଦ କରିବାକୁ ଗଲାବେଳେ ସେମାନଙ୍କ ଉପରେ ଆକ୍ରମଣ ଓ ବରିଷ୍ଠ ବିଧାୟକ ବାହିନୀପତିଙ୍କୁ ୭ ଦିନ ପାଇଁ ନିଲମ୍ବନ ଘଟଣାକୁ ସେ ନିନ୍ଦା କରିବା ସହିତ ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri