Categories: ଜାତୀୟ

କଂଗ୍ରେସ ନେତ୍ରୀଙ୍କୁ ସହଯୋଗୀଙ୍କ ମାଡ଼

ଦେଓରିଆ,୧୨।୧୦: ଉତ୍ତରପ୍ରଦେଶରେ ଜଣେ ମହିଳା ନେତ୍ରୀଙ୍କୁ ରବିବାର କଂଗ୍ରେସ କର୍ମୀମାନେ ମାଡ଼ ମାରିଛନ୍ତି। ଉପନିର୍ବାଚନ ଲାଗି ବଳାତ୍କାର ଅଭିଯୁକ୍ତଙ୍କୁ ଟିକେଟ ଦିଆଯିବାକୁ ସେ ବିରୋଧ କରିଥିଲେ। ଏହାକୁ ନେଇ କିଛି କଂଗ୍ରେସ କର୍ମୀ ବିରୋଧକରିବା ସହ ନେତ୍ରୀଙ୍କୁ ମାଡ଼ ମାରିିଥିବା ଜଣାପଡ଼ିଛି।
ରିପୋର୍ଟ ମୁତାବକ କଂଗ୍ରେସ ପକ୍ଷରୁ ନେତ୍ରୀ ତାରା ଯାଦବଙ୍କ ପରିବର୍ତ୍ତେ ମୁକୁନ୍ଦ ଭାସ୍କରମଣି ତ୍ରିପାଠୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଏହାକୁ ତାରା ବିରୋଧ କରିବା ସହ ତ୍ରିପାଠୀଙ୍କୁ ଜଣେ ବଳାତ୍କାରୀ ବୋଲି କହିବା ସହ ଦଳୀୟ ନେତୃତ୍ୱକୁ ସମାଲୋଚନା କରିଥିଲେ। ଜଣେ ଭୁଲ୍‌ ଲୋକଙ୍କୁ ପ୍ରାର୍ଥୀ କରାଯାଇଥିବା ତାରା ଦଳୀୟ ସମ୍ପାଦକ ସଚିନ ନାୟକଙ୍କୁ କହିଥିଲେ। ଏହାଦ୍ୱାରା ସମାଜରେ ଦଳୀୟ ଭାବମୁର୍ତ୍ତି କ୍ଷୁଣ୍ଣ ହେବ ବୋଲି ସେ ଚେତାଇ ଦେଇଥିଲେ। ଭଲ ଚରିତ୍ରଯୁକ୍ତ ଲୋକଙ୍କୁ ଏଥିଲାଗି ବଛାଯିବା ଉଚିତ୍‌ ଥିଲା ବୋଲି କହିଥିଲେ। ଏହା ପରେ ଦଳୀୟ କର୍ମୀମାନେ ରାଗିଯାଇ ତାରାଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଜଣେ ମହିଳା ନେତ୍ରୀଙ୍କୁ ଆକ୍ରମଣ କରାଯିବା ଘଟଣାକୁ ନେଇ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ସମାଲୋଚନା କରିଛନ୍ତି। ଏଭଳି ମାନସିକତା ଥିବା ବ୍ୟକ୍ତିମାନେ ରାଜନୀତିକୁ ନ ଆସିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି।

Share