Categories: ଜାତୀୟ

ସମସ୍ତଙ୍କୁ କରୋନା ଟିକା ମାଗଣା ଦେବାକୁ ମୋଦିଙ୍କୁ ପତ୍ର ଲେଖିଲେ ସିଦ୍ଧରମୈୟା

ବେଙ୍ଗାଲୁରୁ,୫ ।୩: କଂଗ୍ରେସ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶୁକ୍ରବାର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି । ଏଥିରେ ସେ ସମସ୍ତ ଭାରତୀୟଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦେବାକୁ ଅପିଲ କରିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାର ସରକାରୀ ହସ୍ପିଟାଲରେ ମାଗଣାରେ କରୋନା ଟିକା ଯୋଗାଇ ଦେଉଥିବା ବେଳେ ଘରୋଇ ହସ୍ପିଟାଲରେ ଏହାକୁ ନେବାକୁ ହେଲେ ୨୫୦ ଟଙ୍କା ପର୍ଯ୍ୟନ୍ତ ପ୍ରତି ଡୋଜ୍ ଦେବାକୁ ପଡୁଛି । ତେଣୁ ଏହା ଉପରେ ବିଚାର କରାଯାଉ ବୋଲି ସିଦ୍ଧରମୈୟା ଲେଖିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି କି ଦେଶରେ ୨ଟି ଟିକାକୁ ମଞ୍ଜୁରୀ ମିଳିଥିବା ବେଳେ ଟିକାକରଣ କିନ୍ତୁ ମନ୍ଥର ଗତିରେ ହେଉଛି । ଦେଶରେ ଏପର୍ଯ୍ୟନ୍ତ କେବଳ ୦.୫ ପ୍ରତିଶତ ବା ତା’ଠାରୁ କମ୍ ଲୋକଙ୍କୁ ଟିକା ଦିଆଯାଇଛି । କିନ୍ତୁ ଅନ୍ୟ ଦେଶ ଯେମିତିକି ଇସ୍ରାଏଲରେ ୩୬ ପ୍ରତିଶତ, ଆମେରିକାର ୬ ପ୍ରତିଶତ ଓ ୟୁକେର ପ୍ରାୟ ୪ ପ୍ରତିଶତ ଲୋକଙ୍କୁ ଟିକା ଦିଆ ସରିଲାଣି ।

Share