Categories: ଜାତୀୟ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପାଟିଲଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨୧ ।୧୦: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଶିବରାଜ ପାଟିଲ ଗୀତାକୁ ନେଇ ଏକ ଆପତ୍ତିଜନକ ବୟାନ ଦେଇଛନ୍ତି । ଶିବରାଜ ପାଟିଲ ଗୁରୁବାର ଅର୍ଥାତ୍ ଅକ୍ଟୋବର ୨୦ରେ ଦିଲ୍ଲୀରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ କହିଛନ୍ତି, ମହାଭାରତରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜିହାଦ କଥା କହୁଥିଲେ । ମୋହସିନା କିଦୱାଇଙ୍କ ପୁସ୍ତକ ଉନ୍ମୋଚନ ଅବସରରେ ପାଟିଲ କହିଛନ୍ତି, ଜିହାଦର କଥା ସେତେବେଳେ ଆସେ ଯେତେବେଳେ ସ୍ୱଚ୍ଛ ମନ ରହିବା ପରେ ମଧ୍ୟ ସମସ୍ତ ଚେଷ୍ଟା କରିବା ପରେ କେହିବି ବୁଝିପାରନ୍ତି ନାହିଁ । ତା’ପରେ କୁହାଯାଏ, ଯଦି ଆପଣ ଶକ୍ତି ବ୍ୟବହାର କରିବାକୁ ଚାହାଁନ୍ତି ତେବେ ତୁମେ ଏହା କରିବା ଉଚିତ । ଏହା କେବଳ କୋରାନ ସରିଫ ଭିତରେ ନୁହେଁ, ଏହା ମହାଭାରତ ଭିତରେ ଗୀତାର ଯେଉଁ ଭାଗ ରହିଛି ସେଥିରେ ଶ୍ରୀକୃଷ୍ଣ ମଧ୍ୟ ଅର୍ଜୁନଙ୍କୁ ଜିହାଦର କଥା କହିଛନ୍ତି । ଏହା କେବଳ କୋରାନ ବା ଗୀତା ନୁହେଁ ଯୀଶୁ ମଧ୍ୟ ଏହା ଲେଖିଛନ୍ତି ।

Share