ଟିଏମ୍‌ସିରେ ସାମିଲ ହେଲେ ଶତ୍ରୁଘ୍ନ ସିହ୍ନା

ମୁମ୍ବାଇ,୧୩ ।୩: ବଲିଉଡ୍‌ର ସେ ସମୟର ଆଗଧାଡିର କଳାକାରଙ୍କ ମଧ୍ୟରେ ଅନ୍ୟତମ ଥିଲେ ଶତ୍ରୁଘ୍ନ ସିହ୍ନା । କିଛିଦିନ ହେବ ସେ ମନୋରଞ୍ଜନ ଦୁନିଆରୁ ଦୂରେଇ ଯାଇ ସକ୍ରିୟ ରାଜନୀତି କରୁଥିଲେ । କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଭାବେ ବି ଗଣା ଯାଉଥିଲେ । ନିକଟରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ସରିବା ପରେ ସିହ୍ନା କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳରେ ସେ ଯୋଗ ଦେଇଥିବା ନିଜେ ମମତା ଟୁଇଟ୍ କରି ସୂଚନା ଦେଇଛନ୍ତି ।
ଦିଦି ଟୁଇଟ୍ କରି ଲେଖିଛନ୍ତି, ଆମେ ଖୁସିର ସହ ଜଣାଉଛୁ କି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଲୋକ ସଭା ନିର୍ବାଚନରେ ସେ ଆମର ପ୍ରାର୍ଥୀ ହେବାକୁ ଯାଉଛନ୍ତି । ସେ ଆସନସୋଲାରେ ପ୍ରାର୍ଥୀ ହେବେ । ଏହି ଟୁଇଟ୍ ଆସିବା ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି । ଦିଦିଙ୍କ ଏହି ଟୁଇଟ୍ ଭାଇରାଲ ହେବାରେ ଲାଗିଛି ।

Share