Categories: ଜାତୀୟ

ପରଲୋକରେ କଂଗ୍ରେସ ମୁଖପାତ୍ର

ନୂଆଦିଲ୍ଲୀ,୧୨।୮: କଂଗ୍ରେସକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଦିଲ୍ଲୀ ଗାଜିଆବାଦର କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗିଙ୍କ ପରଲୋକ ଘଟିଛି। ବୁଧବାର ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏକାଧିକ ଟିଭି ବିତର୍କରେ ବେଶ୍‌ ଆକ୍ରମଣାତ୍ମକ ଢ଼ଙ୍ଗରେ ନିଜର ତଥ୍ୟ ଉପସ୍ଥାନା କରିବାରେ ମାହିର ଥିଲେ ରାଜୀବ। ବୁଧବାର ସନ୍ଧ୍ୟା ୫ଟାରେ ସେ ଏକ ଜାତୀୟ ଚ୍ୟାନେଲର ବିତର୍କରେ ମଧ୍ୟ ସାମିଲ ହୋଇଥିଲେ। ଏହାପରେ ଗାଜିଆବାଦ ସ୍ଥିତ ତାଙ୍କ ବାସଭବନରେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ିବାରୁ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁକୁ କେହି ଗ୍ରହଣ କରିପାରି ନ ଥିବା ବେଳେ କଂଗ୍ରେସ ଓ ବିରୋଧୀ ଦଳ ଏଥିରେ ମର୍ମାହତ ହୋଇଛନ୍ତି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଭାଜପା ମୁଖପାତ୍ର ସମ୍ବିତ ପାତ୍ର ଟୁଇଟ କରି ତ୍ୟାଗିଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Share