Posted inଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଘଟଣା: କଂଗ୍ରେସ ନେତା ଗିରଫ

ଭୋପାଳ,୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ରାଜା ପଟେରିଆଙ୍କୁ ପାନ୍ନା ପୋଲିସ ଗିରଫ କରିଛି। ମଙ୍ଗଳବାର ସକାଳେ ଦାମୋହ ଜିଲାର ହଟାରେ ଥିବା ପାଟେରିଆଙ୍କ ବାସଭବନରୁ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାପୂର୍ବରୁ ମଧ୍ୟପ୍ରଦେଶର ପୱାଇରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।
ସୂଚନାଯୋଗ୍ୟ, ସମ୍ବିଧାନର ସୁରକ୍ଷା ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଆହ୍ବାନ ଦେଇ ଅଡୁଆରେ ଫସିଛନ୍ତି ରାଜା ପଟେରିଆ। ତାଙ୍କର ଏହି ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ରାଜା ତାଙ୍କ ପାଖରେ ଛିଡା ହୋଇଥିବା ସମର୍ଥକଙ୍କୁ ସମ୍ବୋଧନ କରୁଛନ୍ତି। ଏହି ସମୟରେ ସେ ସମ୍ବିଧାନର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବାକୁ କହୁଥିବା ଭିଡିଓରେ ସ୍ପଷ୍ଟ ଭାବେ ଶୁଣିବାକୁ ଓ ଦେଖିବାକୁ ମିଳୁଛି। ତାଙ୍କର ଏପରି ବିବାଦୀୟ ବୟାନକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରକାଶ ପାଇଛି। ତାଙ୍କ କଥା ଭୁଲ ଭାବେ ଉପସ୍ଥାପନ କରାଯାଇଥିବା ସେ ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରଖିବା ପାଇଁ ଭାରତ ସର୍ବଦା ପ୍ରସ୍ତୁତ: ରାଜନାଥ

ବେଙ୍ଗାଲୁରୁ, ୩।୨: କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରଖିବା ପାଇଁ ଭାରତ ସର୍ବଦା ପ୍ରସ୍ତୁତ ରହିଛି। ଦେଶବାସୀଙ୍କ ସୁରକ୍ଷା ଲାଗି ଯେ କୌଣସି ସ୍ଥିତିର ମୁକାବିଲା କରାଯିବ...

ଗୀତାଞ୍ଜଳୀ ଶ୍ରୀଙ୍କ ଉପନ୍ୟାସ ‘ଟମ୍ବ ଅଫ ସ୍ୟାଣ୍ଡ’କୁ ମିଳିଲା ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର

ନୂଆଦିଲ୍ଲୀ,୨୭ ।୫: ଲେଖିକା ଗୀତାଞ୍ଜଳୀ ଶ୍ରୀଙ୍କ ଉପନ୍ୟାସ ‘ଟମ୍ବ ଅଫ ସ୍ୟାଣ୍ଡ’କୁ ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର ମିଳିଛି । ଏହାକୁ ଡେଜି ସକବେଲ ଟ୍ରାନ୍ସଲେଟ କରିଛନ୍ତି...

କବର ଖୋଳିବା ମନ୍ତବ୍ୟକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ମୋଦି

ଶିଲଂ,୨୫।୨: ମୋଦିଙ୍କ କବର ଖୋଳିବୁ ବୋଲି କହିଥିବା ବିରୋଧୀ ଦଳ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ଜବାବ ଦେଇଛନ୍ତି। କବର ଖୋଳିବା ମନ୍ତବ୍ୟର ଜବାବର...

ଚାର୍ଜଶିଟ୍‌ ଦାଖଲ ନହେବା ପର୍ଯ୍ୟନ୍ତ ପୀଡ଼ିତାଙ୍କ ବୟାନ ହେବନି ପ୍ରକାଶ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୫।୧୧ : ବଳାତ୍କାର ପୀଡିତାଙ୍କ ପରିଚୟ ତଥା ବୟାନକୁ ଗୁପ୍ତ ରଖିବା ପାଇଁ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବଳାତ୍କାର ମାମଲାରେ ଚାର୍ଜଶିଟ କିମ୍ବା ଚୂଡ଼ାନ୍ତ...

ସଂସଦ କ୍ୟାଣ୍ଟିନ୍‌ରେ ଏବେ ମିଳିବନି ଖାଦ୍ୟରେ ରିହାତି: ବର୍ଷକୁ ସଞ୍ଚୟ ହେବ ୧୭ କୋଟି !

ନୂଆଦିଲ୍ଲୀ,୫।୧୨: ଏଣିକି ସଂସଦ କ୍ୟାଣ୍ଟିନ୍‌ରେ ଆଉ ଖାଦ୍ୟରେ ରିହାତି ମିଳିବନି। ଏଠାରେ ଖାଦ୍ୟ ଉପରେ ଦିଆଯାଉଥିବା ରିହାତିକୁ ବନ୍ଦ କରି ଦିଆଯିବ। ଲୋକସଭା ବାଚସ୍ପତି ଓମ୍‌...

ଦେଶରେ ଓମିକ୍ରନ୍ ଯୋଗୁ ଫେବୃୟାରୀରେ ଆସିବ ତୃତୀୟ ଲହର: କୋଭିଡ ସୁପର ମଡେଲ କମିଟିର ଚେତାବନୀ

ନୂଆଦିଲ୍ଲୀ,୧୯ ।୧୨: କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନ୍ ଦ୍ରୁତ ବେଗରେ ମାଡି ଚାଲିଛି । ଏପର୍ଯ୍ୟନ୍ତ ଏହା ଦେଶର ୧୨ ରାଜ୍ୟକୁ ବ୍ୟାପି ସାରିଲାଣି...

ଭାରତ ଯୋଡୋ ଯାତ୍ରା ଏବଂ ରାହୁଲଙ୍କୁ ବଦନାମ କରିବା ଲାଗି ୩୦ ଜଣିଆ ଟିମ୍‌ କରିଛି ଭାଜପା:କଂଗ୍ରେସ

ନୂଆଦିଲ୍ଲୀ,୨୬।୧୨: ‘ଭାରତ ଯୋଡୋ ଯାତ୍ରା’ର ପ୍ରଥମ ପର୍ଯ୍ୟାୟ ସୋମବାର ସମାପ୍ତ ହୋଇଛି। ଜାନୁଆରୀ ୩ରୁ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏହି ଅବସରରେ କଂଗ୍ରେସ...

ବିଧାୟକଙ୍କ ଉପରେ କଟକଣା ଲଗାଇଲେ ନୀତିଶ

ପାଟନା,୨୩।୫: ଜେଡିୟୁ ବିଧାୟକଙ୍କ ଉପରେ କଟକଣା ଲଗାଇଛନ୍ତି ନୀତିଶ ସରକାର। ତିନି ଦିନ ଯାଏ ପାଟନା ବାହାରକୁ ନ ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜେଡିୟୁ...

Advertisement
Archives

Model This Week