Posted inଜାତୀୟ

‘ମୁଁ ଏମ୍‌ପି, ସଂସଦରେ ଦେବି ଜବାବ’

ନୂଆଦିଲ୍ଲୀ,୧୬।୩: ଲଣ୍ଡନରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଥମିବାର ନାଁ ଧରୁନି। ସେ କ୍ଷମା ମାଗିବାକୁ ଭାଜପା ଜିଦ ଧରିଛି। ରାହୁଲଙ୍କ ବିବୃତ୍ତି ସମ୍ପର୍କରେ ସଂସଦର ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଛି। ଗୁରୁବାର ରାହୁଲ ଗାନ୍ଧୀ ଏହି ବିଷୟରେ ଏକ ଖବରଦାତା ସମ୍ମିଳନୀ ଡକାଇଥିଲେ। ଏଠାରେ ରାହୁଲ କହିଛନ୍ତି ଯେ, ସକାଳେ ସଂସଦକୁ ଯାଇ ବାଚସ୍ପତି (ଲୋକ ସଭା)ଙ୍କୁ କହିଥିଲି, ଯାହା ମୁଁ କହିବାକୁ ଚାହେଁ। ଆଶା କରୁଛି ଆସନ୍ତାକାଲି ମୋତେ ସଂସଦରେ କହିବାକୁ ଅନୁମତି ଦିଆଯିବ। ମୁଁ ଜଣେ ଏମ୍‌ପି, ମୋର ସଂସଦରେ କହିବାର ଅଧିକାର ଅଛି। ତେଣୁ ସଂସଦରେ ଏସବୁ ପ୍ରଶ୍ନର ଜବାବ ଦେବି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରଙ୍କ ଚାରିଜଣ ମନ୍ତ୍ରୀ ମୋ ବିରୋଧରେ ଅଭିଯୋଗ ଆଣିଛନ୍ତି। ତେଣୁ ମୋତେ ସଂସଦରେ ଏହି ବିଷୟରେ କହିବାକୁ ସୁଯୋଗ ଦିଆଯାଉ। ଆଜି ମୁଁ ସଂସଦରେ ପହଞ୍ଚିବାର ୧ ମିନିଟ ପରେ ଗୃହକୁ ସ୍ଥଗିତ ରଖାଯାଇଛି। କିଛି ଦିନ ପୂର୍ବେ ନରେନ୍ଦ୍ର ମୋଦି ଏବଂ ଆଦାନୀ ଜୀଙ୍କ ସମ୍ପର୍କକୁ ନେଇ ମୁଁ ଗୃହରେ ଦେଇଥିବା ବକ୍ତବ୍ୟ ଗୃହର ପ୍ରକ୍ରିୟାରୁ ହଟାଇ ଦିଆଯାଇଥିଲା। ସରକାର ଏବଂ ପ୍ରଧାନମନ୍ତ୍ରୀ ଆଦାନୀ ମାମଲାକୁ ନେଇ ଡରୁଛନ୍ତି, ତେଣୁ ସେମାନେ ଏହି ନାଟକବାଜୀ କରିଛନ୍ତି। ମୁଁ ଭାବୁଛି ମୋତେ ସଂସଦରେ କହିବାକୁ ଅନୁମତି ଦିଆଯିବ ନାହିଁ। ମୁଖ୍ୟ ପ୍ରଶ୍ନ ହେଉଛି ମୋଦିଜୀ ଏବଂ ଆଦାନୀଜୀଙ୍କ ମଧ୍ୟରେ ସମ୍ପର୍କ କ’ଣ?
ରାହୁଲ ବ୍ରିଟେନର କେମ୍ବ୍ରିଜ୍‌ ୟୁନିଭର୍ସିଟିରେ ଭାରତୀୟ ଗଣତନ୍ତ୍ର ଉପରେ ମନ୍ତବ୍ୟ ଦେଇଥିଲେ। ଲୋକ ସଭାରେ ବିରୋଧୀଙ୍କ ସ୍ବରକୁ ଦମନ କରାଯାଉଥିବା ଅଭିଯୋଗ କରି ଲଣ୍ଡନରେ ସେ କହିଥିଲେ, ବିରୋଧୀ ଦଳର ନେତାଙ୍କ ମାଇକ ବନ୍ଦ କରିଦିଆଯାଉଛି। ସୋମବାର ଠାରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ସରକାର ସଂସଦର ଉଭୟ ଗୃହରେ କଂଗ୍ରେସ ବିରୋଧରେ ହଙ୍ଗାମା କରୁଥିବା ଦେଖାଯାଇଛି। ରାହୁଲ ଗାନ୍ଧୀ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ସେମାନେ ଅଡି ବସିଛନ୍ତି।
ରାହୁଲ ଗାନ୍ଧୀ କ୍ଷମା ମାଗିବା ପ୍ରଶ୍ନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, ରାହୁଲ କ୍ଷମା ମାଗିବାର କୌଣସି ପ୍ରଶ୍ନ ଉଠୁନାହିଁ। ସରକାର ଅଭିବ୍ୟକ୍ତିର ସ୍ବାଧୀନତାକୁ ଭାଙ୍ଗିବାକୁ ଚାହୁଁଛନ୍ତି। ଏଠାରେ ଗଣତନ୍ତ୍ର ଦୁର୍ବଳ ହେଉଛି। ଯେଉଁମାନେ ସତ୍ୟ କହୁଛନ୍ତି ସେମାନଙ୍କୁ ଜେଲରେ ରଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri