Categories: ଜାତୀୟ

ବିଦାୟ ନେଲେ ପିତା ରାଜୀବଙ୍କ ଘନିଷ୍ଠ ବନ୍ଧୁ: କାନ୍ଧ ଲଗାଇଲେ ରାହୁଲ

ନୂଆଦିଲ୍ଲୀ,୧୯ ।୨: କଂଗ୍ରେସ ନେତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ୍‌କ ଘନିଷ୍ଠ ବନ୍ଧୁ କୁହାଯାଉଥିବା କ୍ୟାପଟେନ ସତିଶ ଶର୍ମାଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇ ଯାଇଛି । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ରାଜୀବଙ୍କ ଏକମାତ୍ର ପୁତ୍ର ରାହୁଲ ଗାନ୍ଧୀ ପିତାଙ୍କ ଘନିଷ୍ଠ ବନ୍ଧୁଙ୍କ କୋକେଇକୁ କାନ୍ଧରେ ବୋହି ନେଇଛନ୍ତି । କଂଗ୍ରେସର ଏହି ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସତିଶ ଶର୍ମାଙ୍କର ବୁଧବାର ଗୋଆରେ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କ ୭୩ ବର୍ଷ ହୋଇଥିଲା । ସେ କ୍ୟାନସରରେ ପୀଡ଼ିତ ଥିବା ବେଳେ ଗତ କିଛିଦିନ ହେବ ସେ ଚିକିତ୍ସିତ ଥିଲେ । ଆନ୍ଧ୍ରପ୍ରଦେଶର ସିକନ୍ଦରାବାଦରେ ୧୧ ଅକ୍ଟୋବର, ୧୯୪୭ରେ ତାଙ୍କର ଜନ୍ମ ହୋଇଥିଲା । ଏହାପରେ ସେ ଜଣେ କମର୍ସିଆଲ ପାଇଲଟ ବନିଯାଇଥିଲେ । ରାୟବରେଲି ଓ ଆମେଠି ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଥିବା ଶର୍ମା ୩ଥର ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

Share